ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି କି ? ମାନନ୍ତୁ ବାସ୍ତୁ ଶାସ୍ତ୍ରର କିଛି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଛି କି ? ମାନନ୍ତୁ ବାସ୍ତୁ ଶାସ୍ତ୍ରର କିଛି ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅର୍ଥ ସଞ୍ଚୟ କରି ସୁଖ ଶାନ୍ତିରେ ରହିବା କାହାର ଇଚ୍ଛା ନଥାଏ। ସମସ୍ତେ ନିଜ ଭବିଷ୍ୟତ ପାଇଁ ଚିନ୍ତିତ। ଆଜିର ମହରଗ ଯୁଗରେ ସମସ୍ତେ ଅର୍ଥ ପାଇଁ ଚିନ୍ତିତ। ମାତ୍ର ଆପଣ ଯେତେ ରୋଜଗାର କଲେ ମଧ୍ୟ ପାଖରେ ଟଙ୍କ। ରହୁନାହିଁ । ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଉଥିବାରୁ ସର୍ବଦା ଦୁଃଖିତ କିମ୍ୱା ଚିନ୍ତିତ ରହୁଛନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ ରହିଛି ଯାହାକୁ ଆପଣେଇଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ।

୧- ଶୁକ୍ଲପକ୍ଷ ସୋମବାର  ଶିବଲିଙ୍ଗ ଉପରେ  ଗଙ୍ଗ।ଜଳ ଅଭିଷେକ କରି ଅରୁଆ ଚାଉଳ ଚଢାଇଲେ ଧନ ପ୍ରାପ୍ତି ହେବା ସହ ଆର୍ଥିକ ସମୃଦ୍ଧି ହୋଇଥାଏ।

୨- ବାସ୍ତୁ  ଅନୁସାରେ ଉତ୍ତର ଦିଗକୁ ସର୍ବଦା ସଫ।ସୁତୁରା ରଖନ୍ତୁ। ଏହି ଦିଗରେ ‘ଶ୍ରୀ’ ଯନ୍ତ୍ର ସ୍ଥାପନ କରି ପ୍ରତିଦିନ ଏହାର ପୂଜା କଲେ ଅନାବଶ୍ୟକ ଖର୍ଚ୍ଚ କମ୍ ହୋଇଥାଏ ।

୩- ଶୁକ୍ଲପକ୍ଷ ଗୁରୁବାର ଘର ମୁଖ୍ୟ ଦ୍ୱାରର ଡାହାଣ ଏବଂ ବାମ ପଟେ ଗଙ୍ଗ।ଜଳ ଛିଞ୍ଚନ କରନ୍ତୁ । ଡାହାଣପଟ ଅନାମିକା ଆଙ୍ଗୁଳିରେ ହଳଦୀ ଏବଂ ଦହି ଘୋଳରେ ଏକ ସ୍ୱାସ୍ତିକ ଚିହ୍ନ ଆଙ୍କି ସେଥିରେ ଅଳ୍ପ ଗୁଡ ଲଗାଇ ମହୁର ଏକ ବୁନ୍ଦା  ପକାନ୍ତୁ । ପ୍ରତି ଗୁରୁବାର ଏହି ନିୟମ ପାଳନ କଲେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ।

୪- ଶୁକ୍ଳପକ୍ଷ ସୋମବାର ଅଥବା ଶନିବାର ଦିନ ଗହମ ପେଶିବା ସମୟରେ ସେଥିରେ ୧୧ଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଏଥିରେ ପ୍ରସ୍ତୁତ ଅଟାରେ ରୁଟି ଖାଇଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଧ୍ୟାନ ରଖିବେ ଏହି ଅଟାକୁ ଯେପରି ତଳେ ପକାଇବେ ନାହିଁ ଏବଂ ନଷ୍ଟ କରିବେ ନାହିଁ ।



from Odisha Reporter http://bit.ly/2Db7aet

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages