
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାରିବାରିକ ଚାପ ହେଉ ବା ଅଫିସର ଅତ୍ୟଧିକ କାର୍ଯ୍ୟଭାର। ପରୀକ୍ଷାରେ ଅସଫଳ ହେଉ ବା ପ୍ରେମରେ ବିଫଳ ହେଉ । ସମସ୍ତଙ୍କ ଜୀବନରେ ଏମିତି କିଛି କିଛି ଜଟିଳ ସମସ୍ୟା ଆସେ। କେହି କେହି ଏହି ସମସ୍ୟାକୁ ମୁକାବିଲା କରିପାରନ୍ତି ପୁଣି କେହି ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ପଥକୁ ବାଛି ନିଅନ୍ତି। ମାନସିକ ଚାପରେ ପଡ଼ି କେହି କେହି ସବୁଦିନ ପାଇଁ ମାନସିକ ବିକାରଗ୍ରସ୍ତ ମଧ୍ୟ ହୋଇଥାଆନ୍ତି।
ମୁଖ୍ୟତଃ ଛୋଟ ପିଲା ଏବଂ ଯୁବପିଢିମାନେ ଏହି ମାନିସିକ ରୋଗରେ ଅଧିକ ଶିକାର ହୋଇଥାନ୍ତି। ଅଧିକାଂଶ ସମୟରେ ଆଧୁନିକ ଜୀବନଶୈଳୀ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ। କୁହାଯାଏ ଭାରତରେ ୫୦ ପ୍ରତିଶତ ବ୍ୟକ୍ତି ମାନସିକ ରୋଗରେ ଶିକାର ହୋଇଥାନ୍ତି। ତେବେ ଏହି ମାନସିକ ରୋଗରୁ କେମିତି ମୁକ୍ତି ପାଇବେ ଆସନ୍ତୁ ଜାଣିବା। ମୁଖ୍ୟତଃ ଔଷଧ ଓ ସାଇକୋ ଥୋରାପି ଦ୍ୱାରା ଏହାର ଚିକିତ୍ସା କରାଯାଏ। ହେଲେ ଅନ୍ୟ ଉପାୟରେ ଦେଖିବାକୁ ଗଲେ ଆପଣ ବୃକ୍ଷାସନ ଦ୍ୱାରା ମାନସିକ ସନ୍ତୁଳନକୁ ଠିକ୍ ରଖିପାରିବେ। ସେହିପରି ଦ୍ୱିତୀୟ କଥା ହେଲା ସ୍ଵଚ୍ଛ ଜୀବନଶୈଳୀକୁ ଅବଲମ୍ଭନ କରନ୍ତୁ ।
ପ୍ରତିଦିନ ଅତି କମ୍ ରେ ୬ରୁ ୮ ଘଣ୍ଟା ବିଶ୍ରାମ ନିଅନ୍ତୁ। ନିଜର ଦୁର୍ବଳତା ପ୍ରତି ସଜାଗ ରୁହନ୍ତୁ। ଦିନକୁ ୩୦ରୁ ୪୫ ମିନିଟ୍ ବ୍ୟାୟାମ ଓ ଯୋଗ କରନ୍ତୁ । ଚାପ ଦୂର ପାଇଁ ବୁଲିବାକୁ ଯାଆନ୍ତୁ। ସାଙ୍ଗମାନଙ୍କ ସହିତ ସମୟ ବିତାନ୍ତୁ। ଆପଣଙ୍କ ମନର କଥାକୁ ସାଥୀ ପରିବାର ସହ ଶେଆର କରନ୍ତୁ। ମ୍ୟୁଜିକ୍ ଶୁଣନ୍ତୁ । ପ୍ରତିଦିନ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ଵାସ ନିଅନ୍ତୁ । ଏହାଦ୍ଵାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢ଼ିଥାଏ । ନିଶା ସେବନଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି ସମୟରେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ। ମନପସନ୍ଦର ଉପନ୍ୟାସ କିମ୍ବା କୌଣସି ବହି ପଢ଼ନ୍ତୁ।
from Odisha Reporter http://bit.ly/2Dng7kM
No comments:
Post a Comment