
ପାରାଦୀପ (ରମାକାନ୍ତ ନାୟକ): ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନାଁ ରଶ୍ମୀତା ଲେଙ୍କା। ତାଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଉଚ୍ଛବାନନ୍ଦପୁର ଗାଁରେ।
ଆଜି ପୂର୍ବାହ୍ନରେ ଏହି ଘଟଣା ଘଟିଥିଲା। ତାଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ଷ୍ଟୋଭ୍ରେ ରୋଷେଇ କରିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିବା ସମ୍ପର୍କୀୟମାନେ କହୁଛନ୍ତି। କିନ୍ତୁ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
from Odisha Reporter http://bit.ly/2UVvpo6
No comments:
Post a Comment