ଲୋକହସା ହେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଲୋକହସା ହେଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

defenceminister

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରି ପାକିସ୍ତାନର ବାଲାକୋଟରେ ଥିବା ‘ଜୈଶ-ଇ-ମହମ୍ମଦ’ର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପକୁ ମାଟିରେ ମିଶାଇ ଦେଇଛି। ଏହା ସହିତ ଏଥିରେ ଥିବା ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ନିହତଙ୍କ ମଧ୍ୟରେ ‘ଜୈଶ-ଇ-ମହମ୍ମଦ’ର ମୁଖ୍ୟ ମାସୁଦ ଆଝାରର ଶଳା ସମେତ ଅନେକ ବଡ଼ କମାଣ୍ଡର ଥିବା କୁହାଯାଉଛି। ତେବେ ଭାରତୀୟ ବାୟୁସେନାର ଏହି ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ପରଭେଜ୍ ଖଟକ୍‌ ଏକ ମନ୍ତବ୍ୟ ଦେଇ ଟ୍ୱିଟରରେ ଟ୍ରଲ୍‌ ହୋଇଛନ୍ତି।

ଗତକାଲି ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଭାରତୀୟ ବାୟୁସେନାର ଆକ୍ରମଣକୁ ପ୍ରତିରୋଧ କରିବାକୁ ପାକିସ୍ତାନୀ ବାୟୁସେନା ପ୍ରସ୍ତୁତ ଥିଲା, ତେବେ ଅନ୍ଧାର ହୋଇଥିବା ଯୋଗୁ ସେମାନେ କିଛି କରିପାରିଲେନି। ଏହି ଆକ୍ରମଣ ଯୋଗୁ କେତେ କ୍ଷତି ଘଟିବ, ତାହା ସେମାନେ ଆକଳନ କରିପାରି ନଥିଲେ। ତେଣୁ ସେମାନେ ଅପେକ୍ଷା କରିଥିଲେ। ତେବେ ବର୍ତ୍ତମାନ ସେମାନେ ସ୍ପଷ୍ଟ ନିର୍ଦ୍ଦେଶ ପାଇ ସାରିଛନ୍ତି।

ଏହା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଆଉ ପାଦେ ଆଗକୁ ଯାଇ କହିଥିଲେ ଯେ, ପାକିସ୍ତାନ ବାୟୁସେନା ଜବାଦ ଦେବା ପାଇଁ ଯାତ୍ରା ବି ଆରମ୍ଭ କରି ସାରିଥିଲା। ସବୁ ପ୍ରକାର ସମ୍ଭାବ୍ୟ ଫଳାଫଳ ପାଇଁ ଆମେ ପ୍ରସ୍ତୁତ ଥିଲୁ।

ପାକିସ୍ତାନର ଜଣେ ସାମ୍ବାଦିକ ଏହି ଭିଡିଓକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ପରଭେଜ୍ ଖଟକ୍‌ ଟ୍ରଲ୍ ହୋଇଥିଲେ। ଲୋକେ ତାଙ୍କୁ ସମାଲୋଚନା କରି ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲେ।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହେବା ପରେ ଗତକାଲି ଏହାର ପ୍ରତିଶୋଧ ସ୍ୱରୂପ ଭାରତୀୟ ବାୟୁସେନା ବାଲାକୋଟରେ ‘ଜୈଶ’ର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଥିଲା। କାରଣ ପୁଲୱାମା ଘଟଣା ପାଇଁ ‘ଜୈଶ’ ନିଜକୁ ଦାୟୀ କରିଥିଲା।



from Odisha Reporter https://ift.tt/2EkDSe6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages