
ନର୍ଥ ସାଉଣ୍ଡ: ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ୍ ହୋଲ୍ଡରଙ୍କୁ ଗୋଟିଏ ମ୍ୟାଚ୍ରୁ ନିଲମ୍ବନ କରାଯାଇଛି। ନିର୍ଦ୍ଧାରିତ ସମୟରେ ବୋଲିଂ ଆଭରେଜ୍ କମ ରହିବା କାରଣରୁ ଆଇସିସି ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି। ଫଳରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ରେ ହୋଲ୍ଡର ଖେଳିପାରିବେ ନାହିଁ। ଏଣ୍ଟିଗାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଦଳ ଧିମା ବୋଲିଂ କରିଥିଲା।
ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଶେଷ ଟେଷ୍ଟ ୯ ଫେବୃଆରୀରେ ସେଣ୍ଟ ଲୁସିଆରେ ଖେଳାଯିବ।
ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ହରାଇ ୱେଷ୍ଟଇଣ୍ଡିଜ ସିରିଜକୁ ୨-୦ରେ ଜିତି ସାରିଛି। ତୃତୀୟ ଟେଷ୍ଟ ଜିତି ଦଳ ସିରିଜ୍କୁ କ୍ଲିନ୍ସୁଇପ୍ କରିବା ଲକ୍ଷ୍ୟରେ ରହିଛି।
ହୋଲ୍ଡରଙ୍କ ସ୍ଥାନରେ କ୍ରେଗ୍ ବ୍ରେଥୱେଟ୍ ତୃତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେଇପାରନ୍ତି। ଗତବର୍ଷ ବାଂଲାଦେଶ ଗସ୍ତ ବେଳେ ବ୍ରେଥୱେଟ୍ ଦୁଇଟି ମ୍ୟାଚ୍ରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।
from Odisha Reporter http://bit.ly/2WHvFbU
No comments:
Post a Comment