
ଭଦୋଦରା: ନା ଥିଲା ବାଜା ବାଣ । ନା ଥିଲା ରୋଶଣି । ଡିଜେର ମତୁଆ ଗୀତ ନଥିଲା କି ବ୍ୟାଣ୍ଡ୍ବାଜା ନଥିଲା। ବରଯାତ୍ରୀ ମାନଙ୍କର ଉଦଣ୍ଡ ନୃତ୍ୟ ବି ନଥିଲା। ବରଂ ହାତରେ ଥିଲା ଜାତୀୟ ପତାକା। ଆଉ କିଛି ବ୍ୟାନର। ବ୍ୟାନରରେ ଲେଖା ଥିଲା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି’। ଆଉ ସହିଦ୍ ଯବାନ ଅମର ରହେ, ଭାରତମାତାକୀ ଜୟ ନାରାରେ କମ୍ପୁଥିଲା।
କିଛି ଏମିତି ଢଙ୍ଗରେ ଏକ ନିଆରା ବିବାହ ଉତ୍ସବ ଦେଖିବାକୁ ମିଳିଥିଲା। ଆଡ଼ମ୍ବରକୁ ଛାଡ଼ି ନିରାଡ଼ମ୍ବର ସହକାରେ ହୋଇଥିବା ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ଦେଶ ପ୍ରେମର ଝଲକ। ପୁଲୱାମା ଆକ୍ରମଣରେ ସହିଦ୍ ହୋଇଥିବା ବୀର ଯବାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇ ଗୁଜରାଟର ଭଦୋଦରାରେ ଏକ ଦମ୍ପତ୍ତି ଏମିତି ଏକ ବିବାହ ଉତ୍ସବର ଆୟୋଜନ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ୪୦ଜଣ ସିଆରପିଏଫ୍ ଯବାଙ୍କୁ ସମଗ୍ର ଦେଶ ଝୁରୁଥିବା ବେଳେ ସମ୍ପୃକ୍ତ ଦମ୍ପତି ନିଜ ବିହାକୁ ସେହି ବୀର ଯବାନଙ୍କ ପ୍ରତି ଉତ୍ସର୍ଗ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।
ପ୍ରସେସନ୍ରେ ସଭିଙ୍କ ହାତରେ ଥିଲା ଶ୍ରଦ୍ଧାଞ୍ଜଳି ବ୍ୟାନର। ଆଉ ନାରା ଶୁଭୁଥିଲା ଭାରତ ମାତାକୀ ଜୟ। ସହିଦ୍ ଯବାନ ଅମର ରହେ ଧ୍ୱନିରେ ସମଗ୍ର ପରିବେଶ କମ୍ପି ଉଠିଥିଲା। ଏହି ବିବାହ ଶୋଭାଯାତ୍ରାରେ ଉଭୟ ବର ଓ କନ୍ୟା ସାମିଲ ହୋଇଥିଲେ। କନ୍ୟା ଏକ ଲେହେଙ୍ଗାରେ ବେଶ ସୁନ୍ଦର ମାନୁଥିବା ବେଳେ ବର ଏକ ଟରବାନ୍ ଡ୍ରେସ୍ରେ ଥିଲା। ଉଭୟଙ୍କ ହାତରେ ମଧ୍ୟରେ ବ୍ୟାନର ଥିଲା। ସେଥିରେ ନିଜକୁ ଗର୍ବିତ କଲା ଭଳି ଲେଖାଥିଲା ତାହା ଥିଲା ‘କିଏ କହିଲା ଆମ ଦେଶରେ ୧୪୨୭ଟି ବାଘ ଅଛନ୍ତି। ଏବେ ବି ସୀମାରେ ୧୩ ଲକ୍ଷ ବାଘ ଅଛନ୍ତି।
ଯେଉଁମାନେ ଦେଶକୁ ସୁରକ୍ଷା ଦେଉଛନ୍ତି।” ଯବାନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏହି ନାରା ଲୋକଙ୍କ ମନକୁ ବେଶ ଛୁଇଁ ପାରିଥିଲା। ’ବାହାଘରରେ ବର କନିଆଁ ନାଚ ଗୀତ ବଦଳରେ ବୀର ସହିଦ ଯବାନଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ବିବାହ ଉତ୍ସବଟି ବଦୋଦରାରେ ଅନୁଷ୍ଠିତ ହୋଇଥିଲା। ଯେଉଁଠି ଉଭୟ ବର ଏବଂ ବରଯାତ୍ରୀ ମାନେ ବାହାଘର ପ୍ରସେସନରେ ବାହାରି ଥିଲେ ସତ। କିନ୍ତୁ ରୋଶଣି ନେଇ ନୁହେଁ ବରଂ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ହାତର ବ୍ୟାନର ଧରି ବାହାରିଥିଲେ। ବଦୋଦରାରା ସ୍ୱପ୍ରିଲ କାପାଡିୟାଙ୍କର ଏହି ବିବାହ ସୁରଟର ଏଞ୍ଜଲିନାଙ୍କ ସହ ବାସଣା ରୋଡ ସ୍ଥିତ ଏଚ୍ଏମ୍ ପାର୍ଟି ଫ୍ଲାଟ୍ରେ ହୋଇଥିଲା।
from Odisha Reporter https://ift.tt/2IqCjjM
No comments:
Post a Comment