ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ଦାଦାଗିରି : କ’ଣ କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ସିବିଆଇ ବିରୋଧରେ ପଶ୍ଚିମବଙ୍ଗ ପୁଲିସର ଦାଦାଗିରି : କ’ଣ କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିବିଆଇ-ପୁଲିସ ବିବାଦ ଘନେଇବା ସହ ମାମଲା ସୁପ୍ରିମକୋର୍ଟ ଯାଇଛି। ଗତକାଲି ଚିଟ୍‌ଫଣ୍ଡ ମାମଲାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇର ଏକ ଟିମ୍‌ ଯାଇଥିବା ବଳେ ପୁଲିସ ଦାଦାଗିରି ଦେଖାଇ ତାଙ୍କୁ ଅଟକାଇଥିଲା। ଏହି ଘଟଣାରେ ସିବିଆଇ ଅଧିକାରୀଙ୍କୁ ପୁଲିସ ଗିରଫ କରିଥିଲା। ତେବେ ସିବିଆଇ ଆଜି ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲା। ମାମଲାର ଶୁଣାଣି ଆସନ୍ତାକାଲି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ମାମଲାରେ ଉଭୟପକ୍ଷ କୋର୍ଟରେ ହାଜର ହୋଇଥିଲେ। ପୁଲିସ କମିଶନର ରାଜୀବ କୁମାରଙ୍କ ନାମରେ ସିବିଆଇ ପ୍ରମାଣ ନଷ୍ଟ ଅଭିଯୋଗ ଆଣିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିଷ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଯଦି ଏମିତି ପ୍ରମାଣ ମିଳେ ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ କମିଶନର ରାଜୀବ କୁମାରଙ୍କୁ ପଶ୍ଚାତାପ କରିବାକୁ ପଡ଼ିବ। ସିବିଆଇ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହାଜର ହୋଇଥିଲେ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ, ଯଦି ସିବିଆଇ ତରଫରୁ  ସେମିତି କିଛି ପ୍ରମାଣ ଉପସ୍ଥାପନ ହୁଏ ଯେଉଁଥିରେ କୋଲକାତା ପୁଲିସ କମିଶନର ପ୍ରମାଣ ନଷ୍ଟ କରିବା ଭଳି ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ସେପଟେ ସିବିଆଇ ବିରୋଧରେ ସମ୍ବିଧାନ ବଞ୍ଚାଅ ସ୍ଳୋଗାନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଧାରଣା ଜାରି ରଖିଛନ୍ତି।



from Odisha Reporter http://bit.ly/2SdxFug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages