ମୁଣ୍ଡରେ ସିଧା ପାଣି ଢାଳି ଗାଧୋଉଛନ୍ତି କି, ଅସୁବିଧାରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

ମୁଣ୍ଡରେ ସିଧା ପାଣି ଢାଳି ଗାଧୋଉଛନ୍ତି କି, ଅସୁବିଧାରେ ପଡ଼ିପାରନ୍ତି

bath

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନନ୍ଦିନ ଜୀବନରେ ସବୁର କିଛି ନା କିଛି ନିୟମ ଅଛି। ଆଉ ଆମକୁ ତାକୁ ପାଳନ କରିବାକୁ ପଡ଼େ। ନଚେତ୍‌ ଦେହ ଖରାପ ହୋଇଯାଇଥାଏ। ଆମେ ଆଜି ଏମିତି ଏକ ନିୟମ ବିଷୟରେ କହିବୁ ଯାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ।

ଶୋଇବା ଭଳି ଗାଧୋଇବାରେ ମଧ୍ୟ ଏକ ସଠିକ୍‌ ନିୟମ ରହିଛି। ଆପଣ ଭାବୁଥିବେ ଗାଧୋଇବାରେ ପୁଣି ନିୟମ କ’ଣ ?

ବାସ୍ତବରେ ଗାଧୋଇବାର ବି କିଛି ନିୟମ ଅଛି। ସେ ନିୟମ ପାଳନ ନ କଲେ ପାରାଲିସିସ୍‌ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢ଼ିଯାଏ। ଏଥିରୁ ରକ୍ଷା ପାଇବା ଲାଗି ଜାଣନ୍ତୁ ଗାଧୋଇବାର ସଠିକ୍ ସମୟ ଓ ସଠିକ୍‌ ନିୟମ ସମ୍ପର୍କରେ।

ମୁଣ୍ଡରେ ସିଧା ପାଣି ଢାଳନ୍ତୁ ନାହିଁ
ଅନେକ ଲୋକ ମୁଣ୍ଡ ଧୋଇବା ସମୟରେ ଶାୱାର ଖୋଲି ସିଧା ତଳେ ଠିଆ ହୋଇଯାଆନ୍ତି। ବାଲ୍ଟି ଓ ମଗ୍‌ରେ ମୁଣ୍ଡ ଉପରୁ ପାଣି ଢାଳିବାରେ ଲାଗନ୍ତି। ଗାଧୋଇବାର ଏହା ସବୁଠାରୁ ଭୁଲ୍‌ ଉପାୟ। କାରଣ ଶରୀରର ରକ୍ତ ପ୍ରବାହ ଉପରୁ ନିମ୍ନକୁ ହୋଇଥାଏ। ଏପରିସ୍ଥଳେ ଯଦି ଆପଣ ସିଧା ମୁଣ୍ଡ ଉପରେ ଥଣ୍ଡା ପାଣି ଢାଳି ଗାଧୋଇଲେ ମସ୍ତିଷ୍କରେ ଥିବା ରକ୍ତ ନଳୀ ସଙ୍କୁଚିତ ହେବାରେ ଲାଗେ କିମ୍ବା ରକ୍ତ ଜମାଟ ବାନ୍ଧିବାରେ ଲାଗେ। ହଠାତ୍‌ ମୁଣ୍ଡରେ ଥଣ୍ଡା ପାଣି ଢାଳି ଗାଧୋଇବା ଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ ଓ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଗାଧୋଇବା ସମୟରେ ପାଣି ସିଧା ମୁଣ୍ଡରେ ଢାଳନ୍ତୁ ନାହିଁ।

ଶିରା ଫାଟିପାରେ
ମୁଣ୍ଡରେ ସିଧାସଳଖ ପାଣି ଢାଳିବା ଫଳରେ ମୁଣ୍ଡ ଥଣ୍ଡା ହେବାରେ ଲାଗେ, ଯେଉଁଥିପାଇଁ ମସ୍ତିଷ୍କ ଆଡ଼କୁ ହୃତ୍‌ପିଣ୍ଡ ଦ୍ରୁତ ଗତିରେ ରକ୍ତ ପଠାଇବାକୁ ପଡ଼ିଥାଏ। ଯାହାଫଳରେ ହୃତ୍‌ଘାତ କିମ୍ବା ମସ୍ତିଷ୍କର ଶିରା ଫାଟିବାର ସମ୍ଭାବନା ରହିଛି।

ଗାଧୋଇବାର ସଠିକ୍‌ ଉପାୟ
ଗାଧୋଇବା ସମୟରେ ପ୍ରଥମେ ପାଦରୁ ପାଣି ଢାଳିବା ଆରମ୍ଭ କରନ୍ତୁ। ପ୍ରଥମେ ପାଦରେ ପାଣି ଢାଳନ୍ତୁ। ଏହାପରେ ଜଙ୍ଘ, ପେଟ, ହାତ, କାନ୍ଧ ପରେ ସବା ଶେଷରେ ମୁଣ୍ଡରେ ପାଣି ଢାଳନ୍ତୁ। ଏସବୁ କରିବା ପରେ ଆପଣ ଚାହିଁଲେ ଶାୱାର ତଳେ ଠିଆ ହୋଇ କିମ୍ବା ମଗ୍‌ରେ ପାଣି ଢାଳି ଗାଧୋଇ ପାରିବେ।

 



from Odisha Reporter http://bit.ly/2tg0OWD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages