ପୁଞ୍ଜିଲାଲର ନୂଆ ଠିକଣା ବଲାଙ୍ଗିର ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ପୁଞ୍ଜିଲାଲର ନୂଆ ଠିକଣା ବଲାଙ୍ଗିର ଜେଲ୍‌

punjilala

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରର ନୂଆ ଠିକଣା ହୋଇଛି ବଲାଙ୍ଗିର ଜେଲ୍‌। ଆଜି ଦିନ ୧୧ଟାରେ କଡ଼ା ସୁରକ୍ଷା ଭିତରେ କୋର୍ଟ ଭ୍ୟାନ୍‌ରେ ପୁଞ୍ଜିଲାଲକୁ ପାଟଣାଗଡ଼ ଜେଲ୍‌ରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଗତ ୫ ତାରିଖରେ ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ପୁଞ୍ଜିଲାଲ ମେହେରକୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତରଣ କରିବା ପାଇଁ ଅନୁମତି ଦେଇଥିଲେ। ତା’ପରେ ପାଟଣାଗଡ ଜେଲ୍ କର୍ତ୍ତୃପକ୍ଷ ଜେଲ୍‌ ଡିଆଇଜିଙ୍କଠାରୁ ଅନୁମତି ଆଣିଥିଲେ। ଏହା ପରେ ବଲାଙ୍ଗିର ଜେଲ୍‌କୁ ପୁଞ୍ଜିଲାଲକୁ ଅଣାଯାଇଛି।

ଗତ ଜାନୁୟାରୀ ୨୪ ତାରିଖରେ ପୁଞ୍ଜିଲାଲ ଅନ୍ୟ ଆଠଜଣ କଏଦୀଙ୍କ ସହିତ ମିଶି ଫେରାର ହେବା ପାଇଁ ଉଦ୍ୟମ କରୁଥିବା ନେଇ ପାଟଣାଗଡ ଜେଲ୍‌ର ଅଭିଯୋଗ ଆଣିଥିଲେ। ତେଣୁ ପାଟଣାଗଡ଼ ଜେଲ୍‌ର ପୁଞ୍ଜିଲାଲ ମେହେରକୁ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗିର ଜେଲ୍‌କୁ ସ୍ଥାନାନ୍ତରଣ କରିବା ପାଇଁ ପାଟଣାଗଡ କୋର୍ଟରେ ଆବେଦନ କରିଥିଲେ।

ଉଭୟ ପକ୍ଷର ଶୁଣାଣି କରି ପାଟଣାଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ ସ୍ଥାନାନ୍ତରଣ ପାଇଁ ଅନୁମତି ପ୍ରଦାନ କରିଥିଲେ।  ବଲାଙ୍ଗିର ଜେଲକୁ ପହଞ୍ଚିବା ସମୟରେ ପୁଞ୍ଜିଲାଲ, ତା’ ବିରୋଧରେ ମିଥ୍ୟା ଆରୋପ ଲଗାଯାଉଛି, ଉପଯୁକ୍ତ ତଦନ୍ତ କରାଯାଉ, ଏବଂ ସେ ଉଚିତ ନ୍ୟାୟ ପାଇବା ପାଇଁ ଭୁକ ହରତାଲ କରୁଥିବା ଗଣାମାଧ୍ୟମ ସମ୍ମୁଖରେ ବଡ ପାଟିରେ କହିଥିଲା।

ଅନ୍ୟପକ୍ଷରେ କଡା ସୁରକ୍ଷା ଭିତରେ ପୁଞ୍ଜିଲାଲକୁ ବଲାଙ୍ଗିର ଜେଲରେ ରଖାଯିବ ବୋଲି ଜେଲର କହିଛନ୍ତି।

ସୂଚନାଯୋଗ୍ୟ,ଗତ ଫେବୃୟାରୀ ୨୩ ତାରିଖରେ, ପାଟଣାଗଡ ଭୋଳାନାଥ ପଡାରେ ପାର୍ସଲ ବୋମା ବିସ୍ପୋରଣ ଘଟି ଇଂଜିନିୟର ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେ ମାଆ ଜେମାମଣିଙ୍କ ମୃତ୍ୟୁ ହୋଇଥିଲା।  ନବବଧୂ ରୀମାରାଣୀ ଗୁରୁତର ଅବସ୍ଥାରେ ଦୀର୍ଘ ଦିନ ଧରି କଟକ ବଡ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।

ଏହି ମାମଲାରେ ଏକ ମାତ୍ର ମାଷ୍ଟରମାଇଣ୍ଡ ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଘଟଣାର ଦୁଇ ମାସ ପରେ କ୍ରାଇମବ୍ରାଞ୍ଚ  ଗିରଫ କରିଥିଲା।



from Odisha Reporter http://bit.ly/2Id4FhF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages