କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

କୁକୁଡ଼ା ଖାଇବାକୁ ଆସି ଯନ୍ତାରେ ପଡ଼ିଲା ବାଘ

tiger

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରିଥିବା ବାଘ ଶେଷରେ ଯନ୍ତାରେ ପଡ଼ିଛି। ବିମାନବନ୍ଦର କାର୍ଗୋ ଗେଟ୍ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡା ଖାଇବାକୁ ଆସି ଧରାପଡ଼ିଛି। ଧରାପଡ଼ିବା ପରେ ବାଘକୁ ନନ୍ଦନକାନନ ସ୍ଥାନାନ୍ତର କରାଯାଇଛି।

ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଏହି ଖବର ପ୍ରକାଶ ପାଇବା ପରେ ବାଘକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅଭିଯାନ। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଥିଲା।

ସହର ଭିତରେ ଘୂରି ବୁଲୁଥିବା ବାଘକୁ କାବୁ କରିବା ପାଇଁ ବନ ବିଭାଗ ଆରମ୍ଭ କରିଥିଲା ‘ଅପରେସନ୍‌ ଲେପାର୍ଡ ’। ଉଦ୍ଧାରକାରୀ ଦଳ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଥିଲେ। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ ଛେଳି ଓ କୁକୁଡ଼ା ଛାଡ଼ି ତା’ର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିଲା ବନ ବିଭାଗ। ଏହାଛଡ଼ା ବାଘ ଦେଖାଯାଇଥିବା ଅଞ୍ଚଳରେ ସିସିଟିଭି ମଧ୍ୟ ଲଗା ଯାଇଥିଲା।

ଏୟାରପୋର୍ଟର ଘଞ୍ଚ ବୁଦାଥିବା ଅଞ୍ଚଳର ସ୍ୟାଟେଲାଇଟ୍‌ ଫୁଟେଜକୁ ଆକଳନ କରିବା ପରେ ଅପରେସନ ଆରମ୍ଭ ହୋଇଥିଲା। ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଓୟୁଏଟିର ଭେଟେରିନାରୀ ଡାକ୍ତର ଏଥିରେ ସାମିଲ ହୋଇଥିଲେ। ବାଘ ଯେପରି ଜନବସତି ଭିତରକୁ ନ ପଶିବ, ବାଘ ସହିତ ସାଧାରଣ ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହିବ, ତାକୁ ଆଧାର କରି ଅପରେସନ ଚାଲିଥିଲା।



from Odisha Reporter https://ift.tt/2GTA06n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages