ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ

election

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବ। ଏଠାରେ ଏପ୍ରିଲ୍‌ ମାସରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ଆରମ୍ଭ ହୋଇସାରିଛି।

ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣବିଧି ମଧ୍ୟ ଲାଗୁ ହୋଇସାରିଛି। କୌଣସି ଦଳ ଅବା ପ୍ରାର୍ଥୀ ଯେପରି ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନ କରନ୍ତି, ସେଥିପାଇଁ ନିର୍ବାଚନ କମିଶନ ଏହା ଉପରେ କଡ଼ା ନଜର ରଖିଥାଆନ୍ତି।  ତେବେ ବେଳେ ବେଳେ ଦେଖାଯାଏ କୌଣସି ଦଳ ହେଉ ଅବା ପ୍ରାର୍ଥୀ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଥାଆନ୍ତି।

ଏହାକୁ ରୋକିବାକୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗତକାଲିଠୁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲିଛି। ଏହି କଣ୍ଟ୍ରୋଲ ରୁମ୍‌ ନମ୍ବର ହେଉଛି ୦୬୭୪ ୨୩୯୫୦୧୫।

ସାଧାରଣ ଲୋକେ ଏହି ନମ୍ବରରେ ଫୋନ୍ କରି ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସମ୍ପର୍କିତ ସୂଚନା ଦେଇପାରିବେ। ସେହିପରି ନିର୍ବାଚନ ସଂପର୍କିତ ଅନ୍ୟାନ୍ୟ ଅନିୟମିତତା ସଂପର୍କରେ ମଧ୍ୟ ଏହି ନମ୍ବରରେ ଫୋନ୍ କରି ଅଭିଯୋଗ କରିପାରିବେ। ଅଭିଯୋଗ ପାଇବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 



from Odisha Reporter https://ift.tt/2Hm6p6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages