
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଟିକରଗୁମୁରାରେ ଥିବା ଜି.ଏ.ଏଚ୍ ମଲ୍ଟି ଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥାର ୩ଜଣ ଅଧିକାରୀଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ମଧ୍ୟରେ ସଂସ୍ଥାର ଏମ୍ଡି ସୁବ୍ରତ ସେଠୀ ବି ଅଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ୨ଟି କମ୍ପ୍ୟୁଟର ଓ ବହୁ କାଗଜପତ୍ର ଜବତ କରାଯାଇଛି।
ଏହି କମ୍ପାନୀ କେନ୍ଦୁଝରର ବିଭିନ୍ନ ସ୍ଥାନରେ ସଭ୍ୟ ସଂଗ୍ରହ କରି ଆକର୍ଷଣୀୟ ଅଫର ଜରିଆରେ କାୟା ବିସ୍ତାର କରିଛି।
କେନ୍ଦୁଝର ଛଡ଼ା ଝାରସୁଗୁଡା, ରାୟଗଡା, କଟକ, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଏହି ସଂସ୍ଥା ନିଜର ବ୍ୟବସାୟ ଚଳାଇଥିଲା। ଖାଲି ଓଡିଶା ନୁହେଁ, ୧୧ଟି ରାଜ୍ୟରେ ଏହି ସଂସ୍ଥା ନିଜର କାୟା ବିସ୍ତାର କରିଛି ବୋଲି ଜଣାପଡ଼ିଛି।
ଏହି ଚିଟ୍ଫଣ୍ଡ ସଂସ୍ଥା ଜମାକାରୀଙ୍କୁ ପ୍ରଲୋଭିତ କରି ବର୍ଷକ ମଧ୍ୟରେ ୨୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଥିବା ଜଣାପଡ଼ିଛି। ସଂସ୍ଥା ବିରୋଧରେ କେହି ଏସ୍ପିଙ୍କ ନିକଟରେ ଅଭିଯୋଗ କରିବା ପରେ କେନ୍ଦୁଝର ଥାନା ପୁଲିସ୍ ନିଜଆଡୁ ମାମଲା ରୁଜୁ କରି ଏହାର ତିନି ଅଧିକାରୀଙ୍କୁ ଗିରଫ କରିଛି ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ କରୁଛି।
from Odisha Reporter https://ift.tt/2EZDDGU
No comments:
Post a Comment