ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋରୁ କଲାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 17, 2019

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ମୋରୁ କଲାନ’

ମୋରୁ କଲାନ ଏକ ସ୍ୱାଦିଷ୍ଟ ଓ ସିମ୍ପଲ ଦକ୍ଷିଣ ଭାରତୀୟ ରେସିପି। ଏହା ସ୍ୱାଦିଷ୍ଟ ହେବା ସହିତ ଖୁବ୍‌ କମ୍‌ ସମୟରେ ମଧ୍ୟ ତିଆରି ହୋଇଯାଇଥାଏ। ଆପଣ ଏହାକୁ ବହୁତ କମ୍‌ ପରିଶ୍ରମରେ ଘରେ ତିଆରି କରିପାରିବେ। ଏଥିପାଇଁ ଆବଶ୍ୟକ ସାମଗ୍ରୀ ହେଉଛି- ଦହି, ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଭୃସଙ୍ଗ ପତ୍ର, ପିଆଜ, ହଳଦୀ, ଅଦା ପେଷ୍ଟ, ସୋରିଷ, ରିଫାଇନ୍‌ ତେଲ, କସ୍ତୁରୀ ମେଥି ପାଉଡର, ଜିରା ଗୁଣ୍ଡ ଓ ସ୍ୱାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
 ପ୍ରଥମେ ପିଆଜ କାଟି ରଖନ୍ତୁ। ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ ପକାଇ ଫୁଟିବାକୁ ଦିଅନ୍ତୁ। ସୋରିଷ ଫୁଟିଗଲା ପରେ ଏଥିରେ ଅଦା ରସୁଣ ପେଷ୍ଟ, ଭୃସଙ୍ଗ ପତ୍ର ପକାନ୍ତୁ। ଏବେ ଏହି ମିଶ୍ରଣରେ କଟା ପିଆଜ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହି ମିଶ୍ରଣକୁ ଏକ ମିନିଟ୍‌ ଯାଏ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଏପଟ ସେପଟ କରି ଭାଜନ୍ତୁ। ଯଦି ଆପଣଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ, ତେବେ ଏଥିରେ ଆପଣ ନିଜ ଇଚ୍ଛାରେ ଲଙ୍କା ଗୁଣ୍ଡ ପକାଇପାରିବେ।

ଏବେ ଦହିକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ପ୍ୟାନ୍‌ର ଆଞ୍ଚ ଧିମା କରି ସାବଧାନତାର ସହ ଦହି ଢାଳି ଲଗାତର ଗୋଳାନ୍ତୁ। ଦହିରୁ ବାମ୍ଫ ବାହାରିବା ମାତ୍ରେ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଶେଷରେ ଲୁଣ ପକାଇ ଗୋଳାନ୍ତୁ। ଏକ ଗିନାକୁ ବାହାର କରି ଭଜା ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ରରେ ସଜାଇ ପରଷନ୍ତୁ।



from Odisha Reporter https://ift.tt/2u9XSLD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages