ମୋଦିଙ୍କୁ ଦିଗ୍‌ବିଜୟଙ୍କ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ମୋଦିଙ୍କୁ ଦିଗ୍‌ବିଜୟଙ୍କ ଚ୍ୟାଲେଞ୍ଜ

digi

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରକୁ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏକ ‘ଦୁର୍ଘଟଣା’ ବୋଲି କହିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଅନ୍ୟ ମନ୍ତ୍ରୀମାନେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ଆଜି ସକାଳେ ଦିଗ୍‌ବିଜୟ ସିଂହ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। ସାହସ ଥିଲେ ତାଙ୍କ ନାଁରେ ମାମଲା ରୁଜୁ କରନ୍ତୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ଟ୍ୱିଟ୍ କରି ଦିଗ୍‌ବିଜୟ କହିଛନ୍ତି,“ଯେଉଁ ଟ୍ୱିଟ୍ ପଢ଼ି ଆପଣ ଓ ଆପଣଙ୍କ ମନ୍ତ୍ରୀମାନେ ମୋତେ ପାକିସ୍ତାନର ସମର୍ଥକ ଓ ଦେଶଦ୍ରୋହୀ ବୋଲି କହିଛନ୍ତି, ସେହି ଟ୍ୱିଟ୍‌ ମୁଁ ଦିଲ୍ଲୀରୁ କରିଥିଲି। ଦିଲ୍ଲୀ ପୁଲିସ୍ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି। ଯଦି ଆପଣଙ୍କର ସାହସ ଅଛି, ଦୟାକରି ମୋ ବିରୋଧରେ ଏକ ମାମଲା ରୁଜୁ କରନ୍ତୁ।”

ମଙ୍ଗଳବାର ଦିଗ୍‌ବିଜୟ ଏକ ଟ୍ୱିଟ୍‌ କରି କହିଥିଲେ ଯେ ପୁଲ୍‌ୱାମା ‘ଦୁର୍ଘଟଣା’ ପରେ ପାକିସ୍ତାନରେ ଆତଙ୍କବାଦୀଙ୍କ କ୍ୟାମ୍ପରେ ଭାରତ କରିଥିବା ଏୟାରଷ୍ଟ୍ରାଇକ୍‌ ଉପରେ ବିଦେଶୀ ଗଣମାଧ୍ୟମଗୁଡ଼ିକ ସନ୍ଦେହ ପ୍ରକଟ କରିଛନ୍ତି। ଆଉ ଏହା ଆମ ସରକାରଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଟ୍ୱିଟ୍‌ରେ ଦିଗ୍‌ବିଜୟ ପୁଲୱାମା ଘଟଣା ପାଇଁ ‘ଦୁର୍ଘଟଣା’ ଶବ୍ଦ ବ୍ୟବହାର କରିଥିଲେ। ଫଳରେ ଏହାକୁ ସରକାରୀ ଦଳର ନେତାମାନେ ତୀବ୍ର ସମାଲୋଚନା କରିଥିଲେ।

ଦିଗ୍‌ବିଜୟଙ୍କୁ ସମାଲୋଚନା କରି ମୋଦି କହିଥିଲେ ଯେ ତାଙ୍କ (ଦିଗ୍‌ବିଜୟ ସିଂହ) ମନ୍ତବ୍ୟରେ ତାଙ୍କ ଦଳର ମାନସିକତା ପ୍ରତିଫଳିତ ହୋଇଛି। ଦଶନ୍ଧି ଦଶନ୍ଧି ଧରି ଦେଶକୁ ଶାସନ କରିଥିବା ତାଙ୍କ ଦଳ ଦେଶର ସେନାର ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି।

ସମାଲୋଚନାର ଶିକାର ହେବା ପରେ ଦିଗ୍‌ବିଜୟ ଆଉ ଏକ ଟ୍ୱିଟ୍ କରି କହିଥିଲେ ଯେ ପୁଲୱାମାରେ ଯାହା ଘଟିଥିଲା, ତାହା ଯେ ଏକ ଆତଙ୍କବାଦୀ ଘଟଣା, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେବେ ‘ଟ୍ରଲ୍‌ ଆର୍ମି’ ପ୍ରାଥମିକ ପ୍ରଶ୍ନକୁ ଏଡ଼ାଇ ଯାଉଛି।

ସେ ମୋଦି ଓ ତାଙ୍କ ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ‘ଟ୍ରଲ୍‌ ଆର୍ମି’ ଶବ୍ଦ ବ୍ୟବହାର କରିଥିଲେ।



from Odisha Reporter https://ift.tt/2ITely8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages