
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କେକ୍ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ବିଭିନ୍ନ ଭେରାଇଟି, ଫ୍ଳେଭରରେ ବଜାରରେ ଉବଲବ୍ଧ। ଏହାକୁ ଘରେ ତିଆରି କରିବା କଷ୍ଟକର ବୋଲି ଆମ ମନରେ ଏକ ଧାରଣା ରହିଛି। ତେଣୁ ଆମେ ବଜାରରୁ କେକ୍ କିଣି ଆଣି ଖାଇଥାଉ। କିନ୍ତୁ ଆମେ ଆଜି ଘରେ ପ୍ରେସର୍ରେ କିପରି କେକ୍ ତିଆରି କରିହେବ ତାହା ଶିଖାଇବୁ। ଏଥିପାଇଁ ଆପଣଙ୍କୁ ବେଶି କିଛି କଷ୍ଟ କରିବାକୁ ପଡ଼ିବ ନାହିଁ। ତେଣୁ ଆପଣ ଅତି ସହଜ ଉପାୟରେ କିପରି କେକ୍ ପ୍ରସ୍ତୁତ କରିବେ ଜାଣନ୍ତୁ।

ଆବଶ୍ୟକୀୟ ସାମଗ୍ରୀ
—ମଇଦା, ବେକିଂ ସୋଡ଼ା, ବେକିଂ ପାଉଡର୍, ବଟର୍, ଗୁଣ୍ଡ ହୋଇଥିବା ଚିନି, ତେଲ, ଦହି, ଲୁଣ, ତେଲ, ବଟର୍ ପେପର୍, କ୍ଷୀର ଏବଂ ଭାନିଲା ଏସେନ୍ସ।
ପ୍ରସ୍ତୁତି ପ୍ରଣାଳୀ
—ପ୍ରଥମେ ଏକ ପାତ୍ର ନେଇ ଗୋଟେ କପ୍ ମଇଦା ନିଅନ୍ତୁ। ତା ପରେ ସେଥିରେ ଗୋଟେ ଛୋଟ ଚାମଚ ବେକିଂ ସୋଡ଼ା ଏବଂ ଗୋଟେ ଛୋଟ ଚାମଚ ବେକିଂ ପାଉଡର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
—ଏହା ପରେ ଅନ୍ୟ ଏକ ପାତ୍ରରେ ୧୦୦ ଗ୍ରାମ ବଟର ନେଇ ତାକୁ ଚାମଚ ସାହାଯ୍ୟରେ ଭଲରେ ଗୋଳାଇ ଦିଅନ୍ତୁ। ତାହା ଯେପରି ଖଣ୍ଡ ହୋଇ ରହିବ ନାହିଁ। ଏହାପରେ ସେଥିରେ ଗୁଣ୍ଡ ହୋଇଥିବା ଚିନି ପକାଇ ଭଲ ଭାବେ ଗୋଳାନ୍ତୁ।

—ଏହା ପରେ ସେଥିରେ ୧/୪ କପ୍ ତେଲ ଓ ଅଧା କପ୍ ଦହି ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ।
— ଗ୍ୟାସ୍ରେ ପ୍ରେସର୍ କୁକର୍ ବସାଇ ସେଥିରେ ଲୁଣ ଦିଅନ୍ତୁ। ଏହା ପରେ କୁକର୍ର ଢାଙ୍କୁଣି ଦେଇ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ। ମନେ ରଖନ୍ତୁ ଗ୍ୟାସ୍କୁ ଏହି ସମୟରେ ମଧ୍ୟମ ଆଞ୍ଚରେ ରଖିବେ। ଏହା ପରେ କେକ୍ ପ୍ୟାନ୍ ନେଇ ସେଥିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ। ଏହା ପରେ କେକ୍ ପ୍ୟାନ୍ରେ ବଟର୍ ପେପର୍ ରଖନ୍ତୁ। ବଟର୍ ପେପର୍ ଉପରେ ମଧ୍ୟ ଭଲ ଭାବେ ବଟର୍ ଲଗାଇ ଦିଅନ୍ତୁ।
— ଆପଣଙ୍କୁ ଯଦି ବଟର୍ ପେପର୍ ମିଳୁନାହିଁ ତାହାଲେ କେକ୍ ପ୍ୟାନ୍ରେ ତେଲ ଲଗାଇ ସାରିଲା ପରେ ମଇଦା ପକାନ୍ତୁ। ଏହା ପରେ ପ୍ୟାନ୍ରେ ଲାଗିଥିବା ଅତ୍ୟାବଶ୍ୟକ ମଇଦା ଝାଡ଼ି ଦିଅନ୍ତୁ।

—ଏହା ପରେ ପୂର୍ବରୁ ଦହିରେ ବଟର୍ ଏବଂ ଗୁଣ୍ଡ ଚିନି ଗୋଳା ଯାଇଥିବା ଘୋଳରେ ମଇଦା, ବେକିଂ ସୋଡ଼ା, ବେକିଂ ପାଉଡର୍ ଗୋଳା ଯାଇଥିବା ପାଉଡର୍କୁ ପକାନ୍ତୁ। ଆଉ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।
—ଏଠାରେ ମନେ ରଖନ୍ତୁ ଏହି ସବୁ ଜିନିଷକୁ ଆପଣ ଧିରେ ଧିରେ ଗୋଳାଇବେ। ନ ହେଲେ ଏହା ମଇଦାରେ ସଠିକ୍ ଭାବେ ମିଶି ପାରିବ ନାହିଁ। ଏଥିରେ କେକ୍ ଭାଙ୍ଗିଯିବାର ମଧ୍ୟ ଆଶଙ୍କା ରହିଛି।
—ତେବେ ସବୁ ଗୋଳାଇ ସାରିଲା ପରେ କ୍ଷୀର ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ଅଳ୍ପ ଭାନିଲା ଏସେନ୍ସ ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ। ଏହାକୁ ଗାଢ଼ା ରଖିବେ। ଅଧିକା ପାଣିଆ କରିବେ ନାହିଁ। ଏହା ପରେ ସେହି ଘୋଳକୁ କେକ୍ ପ୍ୟାନ୍ରେ ଢ଼ାଳନ୍ତୁ। ଆଉ ଏହାକୁ ଅଳ୍ପ ହଲ୍ଚଲ୍ କରନ୍ତୁ। ଯେପରିକି ଏହା ଭିତରେ ଥିବା ବବଲ୍ଗୁଡ଼ିକ ବାହାରି ଆସିବ।

—ଏହା ପରେ ଗରମ ହୋଇଥିବା କୁକର୍ରେ ସେହି ପ୍ୟାନ୍କୁ ରଖନ୍ତୁ। ଆଉ ଏହାକୁ ୧୫ ମିନିଟ୍ ଯାଏ ମିଡିୟମ୍ ଆଞ୍ଚରେ ଛାଡ଼ି ଦିଅନ୍ତୁ। ଏହା ପରେ ଆଉ ୧୫ ମିନିଟ୍ ପର୍ଯ୍ୟନ୍ତୁ ପୂରା କମ୍ ଆଞ୍ଚରେ ଛାଡ଼ି ଦିଅନ୍ତୁ। ଏଠାରେ ଧ୍ୟାନ ରଖିବେ ଆପଣ ପୂରା ୩୦ ମିନିଟ୍ ଏହାକୁ ଗ୍ୟାସ୍ ଉପରେ ରହିବାକୁ ଦେବେ।
—ଏହା ପରେ ଆପଣ କେକ୍ ଠିକ୍ରେ ହେଇଛି ନା ନାହିଁ ଆପଣ ଏକ ଛୁରି ସାହାଯ୍ୟରେ ଦେଖିପାରିବେ। ଯଦି ଛୁରିରେ ଏହା ଲାଗିଯାଉଛି ତାହାଲେ ଆପଣ ଜାଣିବେ ଯେ, ଏହା ଠିକ୍ ସେ ହୋଇନାହିଁ। ଆଉ ଯଦି ଛୁରିରେ କିଛି ଲାଗୁ ନାହିଁ ତାହାଲେ ଆପଣଙ୍କ କେକ୍ ଏବେ ପୂରା ପ୍ରସ୍ତୁତ ହୋଇଯାଇଛି।
—ଏହା ପରେ କେକ୍କୁ ଆପଣ ଥଣ୍ଡା ହେବା ଯାଏ ଛାଡ଼ି ଦିଅନ୍ତୁ। ଥଣ୍ଡା ହେଲା ପରେ ଆପଣ ଏହାକୁ କାଟି ଘର ଲୋକଙ୍କୁ ପରସନ୍ତୁ।
from Odisha Reporter https://ift.tt/2Ufp4Hz
No comments:
Post a Comment