ନିଜ ବିବାହକୁ ନେଇ ମୁହଁ ଖୋଲିଲେ ମଲାଇକା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ନିଜ ବିବାହକୁ ନେଇ ମୁହଁ ଖୋଲିଲେ ମଲାଇକା…

ମୁମ୍ବାଇ: ବଲିଉଡ୍‌ର ଦୁଇ ଷ୍ଟାର୍‌ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି। ୧୯ ଏପ୍ରିଲ୍‌ରେ ଦୁହେଁ ବିବାହ କରିବେ ବୋଲି ସୋଶାଲ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ମଲାଇକା ନିଜ ବିବାହ ଖବରକୁ ନେଇ ମୁହଁ ଖୋଲିଛନ୍ତି।

ଏକ ମିଡିଆ ରିପୋର୍ଟ ଅନୁସାରେ ମଲାଇକା ଏହି ଖବରକୁ ଖଣ୍ଡନ କରି “Not True.” ବୋଲି କହିଛନ୍ତି। ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ପୂର୍ବରୁ ମଧ୍ୟ ତାଙ୍କର ଏବଂ ଅର୍ଜୁନ୍‌ଙ୍କ ଆଫେୟାର୍‌କୁ ନେଇ “ମିଡିଆ କେବଳ ଏହି ଚର୍ଚ୍ଚା କରୁଛି” ବୋଲି ସେ କହିଥିଲେ।

ମଲାଇକା କହିଥିଲେ ଯେ, “ମୁଁ ଜୀବନରେ ଜଣେ ସାଥି ଚାହୁଁଛି। ଯିଏ କି ବହୁତ ଭଲ ପାଇବା ଦେଇପାରୁଥିବ। ଯାହା ସହ ମୋର ଚିନ୍ତାଧାରାରେ ମେଳ ରହିଥିବ। ଯଦି ଏପରି କେହି ଜଣେ ମିଳିଯିବ, ତା ହେଲେ ମୁଁ ମାନିବି ଯେ ଆପଣମାନେ ଲକି ଅଟନ୍ତି”।

ଅନ୍ୟପଟେ ଅର୍ଜୁନଙ୍କ ବାପା ବୋନି କପୁର୍‌ ମଧ୍ୟ ପୁଅ ବିବାହର ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି କଥାରେ ଟିକେ ମଧ୍ୟ ସତ୍ୟତା ନାହିଁ।
କିଛି ଦିନ ପୂର୍ବରୁ ମଲାଇକା ମାଲଦ୍ୱୀପରେ ଛୁଟି କଟାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଆଉ ସେହି ଫଟୋ ଦେଖି ବାହାଘର ପୂର୍ବରୁ ସେ ସେଠାରେ ହନିମୁନ୍‌ କରୁଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା।

ଦୁହେଁ ଏପ୍ରିଲ୍‌ରେ ବାହା ହେବେ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ବାହାଘରରେ ଦୁହିଁଙ୍କ ପରିବାର ସାମିଲ୍‌ ହେବା ସହ ବଲିଉଡ୍‌ର ଅନେକ ନାମୀଦାମୀ ଅଭିନେତା ଅଭିନେତ୍ରୀ ମଧ୍ୟ ଯୋଗ ଦେବେ ବୋଲି ଆଲୋଚନା ହେଉଛି।

ଏବେ ଅର୍ଜୁନ୍‌ କିନ୍ତୁ ତାଙ୍କ ଫିଲ୍ମ “ପାନିପଥ୍‌”ରେ ବ୍ୟସ୍ତ ଅଛନ୍ତି। ଏହା ଏକ ପିରିୟଡ୍‌ ଡ୍ରାମା ଫିଲ୍ମ। ଆଶୁତୋଷ ଗୋୱାରିକର୍‌ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। “ପାନିପଥ୍‌”ରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବଂ କ୍ରୀତି ହାସନ୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି।



from Odisha Reporter https://ift.tt/2HZMs56

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages