କ୍ରିକେଟ୍‌ ମ୍ୟାଚ୍‌ରେ ଝାମେଲା ପାଇଁ ଗୋଟିଏ ପରିବାରର ୧୧ ଜଣଙ୍କୁ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

କ୍ରିକେଟ୍‌ ମ୍ୟାଚ୍‌ରେ ଝାମେଲା ପାଇଁ ଗୋଟିଏ ପରିବାରର ୧୧ ଜଣଙ୍କୁ ପିଟିଲେ

ଗୁରୁଗ୍ରାମ: ଗୁରୁଗ୍ରାମ ଅଞ୍ଚଳର ଭୋଷଣ୍ଡି ଗାଁରେ ଏକ କ୍ରିକେଟ ମ୍ୟାଚ୍‌ ଯୁକ୍ତିତର୍କରୁ ଆରମ୍ଭ ହୋଇଥିବା ଝାମେଲା ହିଂସାର ରୂପ ନେଇଛି। ଏଥିରେ ଗୋଟିଏ ପରିବାରର ୧୧ ଜଣ ଆହତ ହୋଇଛନ୍ତି। ୨ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ସୂଚନା ମିଳିଛି। ହୋଲି ଦିନ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରିକେଟ୍‌ ମ୍ୟାଚ୍‌ରେ ହୋଇଥିବା ଗଣ୍ଡଗୋଳ ପରେ ପ୍ରାୟ ୧୫ ଜଣ ଲୋକ ଏକ ପରିବାର ଉପରେ ଠେଙ୍ଗା ଏବଂ ଲୁହା ରଡ୍‌ ଧରି ଆକ୍ରମଣ କରିଥିଲେ। ସେମାନେ କହିଥିଲେ ତାଙ୍କ ଗୋଷ୍ଠୀର ଜଣଙ୍କ ଉପରେ ଆକ୍ରମଣର ପ୍ରତିକ୍ରିୟାରେ ଏହି ଆକ୍ରମଣ କରିଥିଲେ। ଏହି ଘଟଣରେ ୧୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇପାରିଛି।

ଆକ୍ରମଣକାରୀମାନେ ସମସ୍ତ ୧୮ରୁ ୨୪ ବର୍ଷର। ଶୁକ୍ରବାର ପରଠାରୁ ଟ୍ୱିଟରରେ ଏହି ଭିଡିଓ ଭାଇରାଲ ହେଉଛି। କିଛି ଲୋକ ଏହାକୁ ଦୁଇ ଧର୍ମ ଆଧାରରେ ଗଣ୍ଡଗୋଳ ହୋଇଥିବା ମଧ୍ୟ ଦାବି କରୁଛନ୍ତି।

ପୁଲିସ୍ ସୂଚନା ଅନୁଯାୟୀ, ଏହି ଘଟଣା ଗୁରୁବାର ୫ଟାବେଳେ ଘଟିଛି। ସ୍ଥାନୀୟ ଏସିପି ଦିନେଶ କୁମାର କହିଛନ୍ତି, “ଗୋଟିଏ ଗୋଷ୍ଠୀ ଖେଳୁଥିବା ସମୟରେ ଅନ୍ୟ ଏକ ଗୋଷ୍ଠୀରୁ ଦୁଇ ଜଣ ଆସି ଖେଳିବାକୁ କହିଥିଲେ, କିନ୍ତୁ ତାଙ୍କୁ ମନା କରାଯାଇଥିଲା। ଏହା ପରେ ବଚସା ଆରମ୍ଭ ହେବାରୁ ମନା କରିଥିବା ଗୋଷ୍ଠୀର ଜଣଙ୍କୁ ମୋଟର ସାଇକେଲରେ ଆସିଥିବା ଦୁଇ ଯୁବକ ପିଟିଥିଲେ। ଏହା ପରେ ଆହତ ଯୁବକ ତା’ର ସାଙ୍ଗ ଓ ସହଯୋଗୀ ମାନଙ୍କୁ ଡାକି ପ୍ରତିଶୋଧ ନେବାକୁ ବାହାରିଥିଲେ। ସେତେବେଳକୁ ବାଇକ୍‌ରେ ଆସିଥିବା ଯୁବକ ଘରେ ପଶିଯାଇଥିବାରୁ ଆହତ ଯୁବକଙ୍କ ସହଯୋଗୀମାନେ ଘରେ ପଶି ଆକ୍ରମଣ କରିଥିଲେ।”

ଆକ୍ରମଣର ଶିକାର ହୋଇଥିବା ପରିବାର ସଂଖ୍ୟାଲଘୁ ହୋଇଥିବାରୁ କିଛି ଗଣମାଧ୍ୟମ ଏବଂ ଟ୍ୱିଟର ବ୍ୟବହାରକାରୀ ଏହାକୁ ଧାର୍ମିକ ହିଂସର ରୂପ ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଡିସିପି ହିମାଂଶୁ ଗର୍ଗ ସ୍ପଷ୍ଟ କରିଛନ୍ତି, ଏହା ଧାର୍ମିକ ହିଂସା ବୋଲି ଏକ ଗୁଜବ ପ୍ରଚାର କରାଯାଉଛି।



from Odisha Reporter https://ift.tt/2CBFnUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages