ନିଶା କବଳରେ ପଡ଼ିଥିବା ଯୁବତୀ ପାଇବେ ରାଷ୍ଟ୍ରୀୟ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

  ନିଶା କବଳରେ ପଡ଼ିଥିବା ଯୁବତୀ ପାଇବେ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ : ମାତ୍ର ୧୨ ବର୍ଷ ବୟସରେ ନିଶା ଦ୍ୱାରା କବଳିତ ହୋଇଥିବା ଜଣେ ନାବାଳିକା ଏବେ ରାଷ୍ଟ୍ରୀୟ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏପରି ସ୍ଥିତି ଥିଲା ଯେ, କୋକେନ, ଗଞ୍ଜେଇ, ମଦ ପରି ନିଶା ସେବନ ନ କଲେ ତାଙ୍କୁ ନିଦ ଆସୁନଥିଲା। ହେଲେ ଏପରି ସ୍ଥିତିରୁ ନିଜକୁ ମୁକଳାଇ କିଛି ସମାଜ ମଙ୍ଗଳ କାମ କରିଥିବା ଏହି ଯୁବତୀଜଣକ ଏବେ ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ପାଇବାକୁ ହକ୍‌ଦାର ହୋଇଛନ୍ତି। ଯାହାକି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ।

ଆସନ୍ତୁ ଜାଣିବା ସମାଜ ପ୍ରତି ଏହି ଯୁବତୀଙ୍କ ଅବଦାନ ବିଷୟରେ। ସେ ନିଜ ଇତିହାସ ସମ୍ପର୍କରେ ସୋଶାଲ ମିଡ଼ିଆରେ ଶେଆର କରି ଯୁବପିଢୀଙ୍କୁ ସଚେତନ ହେବା  ସହ  କୁପଥରେ ନ ଯିବାକୁ ପରାମର୍ଶ ଦେଉଛନ୍ତି ।

ୱେଲ୍ସ ଦେଶର ଏହି ଯୁବତୀଙ୍କ କହିବାନୁଯାୟୀ,  ନିଶା ଦ୍ୱାରା ସେ ଏତେ ମାତ୍ରାରେ କବଳିତ ହୋଇଯାଇଥିଲେ ଯେ, ନିଶା ବିନା ତାଙ୍କ ଜୀବନ ଅଧୁରା ହୋଇଯାଇଥିଲା।  ଦିନରାତି ସେ ନିଶାରେ ବୁଡି ରହୁଥିଲେ।  ପ୍ରତିଦିନ ସକାଳେ ଉଠିବା ମାତ୍ରେ ସେ କୋକେନ ନେଉଥିଲେ। ଏହା ଦିନ ସାରା ଚାଲୁଥିଲା। ଏହାବ୍ୟତୀତ ମଦ, ଗଞ୍ଜେଇ ମଧ୍ୟ ତାଙ୍କ ରୁଟିନ୍‌ରେ ସାମିଲ ହୋଇଥିଲା। ନିଶା ନ ନେଇ ସେ ବଞ୍ଚି ପାରିବା କଥା ଭାବି ପାରୁନଥିଲେ।

ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ କିଣିବାକୁ ଦୋକାନ ଯାଉଥିବା ସମୟରେ ତାଙ୍କ ସାକ୍ଷାତ ଜଣେ ଯୁବକଙ୍କ ସହ ହୋଇଥିଲା। ପରେ ଏହି ଯୁବକଜଣକ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ଦେଖି ତାଙ୍କ ବଳାତ୍କାର କରିଥିଲେ। ଏଥିଯୋଗୁ ସେ ୧୩ ବର୍ଷରେ ଗର୍ଭବତୀ ହୋଇଥିଲେ। କିନ୍ତୁ ପରେ ତାଙ୍କ ଗର୍ଭପାତ କରାଇ ଦିଆଯାଇଥିଲା। ଏଥିଯୋଗୁ ସେ ନିଜକୁ ଦୋଷୀ ବୋଲି ଭାବିଥିଲେ। ଏବଂ ନିଶା ସେବନଠୁ ଦୂରେଇ ଯିବାକୁ ଶପଥ ନେଇଥିଲେ। ଏହାପରଠୁ ପ୍ରାୟ ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ଆଉ ନିଶାକୁ ହାତ ଲଗାଇ ନାହାନ୍ତି।

ନିଶା ଦ୍ୱାରା କବଳିତ ହୋଇଥିବା ଏପରି ଛୋଟ ଛୋଟ ନାବାଳିକାଙ୍କ ଉଦ୍ଧାର ଲାଗି ଏବେ ଅଣ୍ଟା ଭିଡ଼ିଛନ୍ତି  ଏହି ଯୁବତୀଜଣକ । ଏ ଦିଗରେ ସେ ଲୋକାଲ ପୁଲିସକୁ ବି ସହାୟତା କରୁଛନ୍ତି। ଏପରି ସ୍ଥିତିରେ ଗତି କରୁଥିବା ପିଲାଙ୍କ ସହ କେଉଁପରି ବ୍ୟବହାର କରିବା ଉଚିତ ସେ ସମ୍ପର୍କରେ ମଧ୍ୟ ପୁଲିସକୁ ଉଚିତ ପରାମର୍ଶ ଦେଉଛନ୍ତି। ଯୁବତୀଙ୍କ ଏପରି ପଦକ୍ଷେପକୁ ସମଗ୍ର ଦେଶବାସୀ ପ୍ରଶଂସା କରୁଛନ୍ତି।  ଏଥିପାଇଁ ତାଙ୍କୁ ସମ୍ମାନଜନକ ସେଣ୍ଟ ଡେଭିଡ଼ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯିବ ବୋଲି ଜଣାଯାଇଛି।



from Odisha Reporter https://ift.tt/2OqoJfR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages