ଆର୍‌ଏସ୍‌ଏସ୍‌ର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 10, 2019

ଆର୍‌ଏସ୍‌ଏସ୍‌ର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ

harihara

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ପ୍ରଥମ ଓଡ଼ିଆ ପ୍ରାନ୍ତ ପ୍ରଚାରକ ହରିହର ନନ୍ଦଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ‘ହରିହର ଦା’ ଭାବେ ବେଶ୍ ପରିଚିତ ଥିଲେ।

ହରିହର ନନ୍ଦ ସାପ୍ତାହିକ ପତ୍ରିକା ‘ରାଷ୍ଟ୍ରଦୀପ’ର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ତା’ସହ ସେ ସଂଘର ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଏବଂ କ୍ଷେତ୍ରୀୟ ପ୍ରଚାର ପ୍ରମୁଖ ତଥା ଅଖିଳ ଭାରତୀୟ ହିନ୍ଦୁ ଜାଗରଣ ପ୍ରମୁଖ ଆଦି ଦାୟିତ୍ୱ ନିର୍ବାହ କରିଥିଲେ।

hariharaହରିହରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ପ୍ରମୁଖ ବ୍ୟକ୍ତି ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।



from Odisha Reporter https://ift.tt/2CgRh6G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages