
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଚାଉଳ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାତପେଣ୍ଠଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତ ବ୍ୟକ୍ତିଙ୍କ ନାଁ ହୃଷିକେଶ ପାଣିଗ୍ରାହୀ(୭୦)। ତାଙ୍କ ଘର ପ୍ରତାପଗିରି ଅଞ୍ଚଳରେ।
ସୂଚନା ଅନୁଯାୟୀ, ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ବେଳେ ସମସ୍ତେ ଧାଡ଼ିରେ ଠିଆ ହୋଇଥିଲେ। ତେବେ ହୃଷିକେଶଙ୍କ ପାଖରେ ଠିଆ ହୋଇଥିବା ହରିହର ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କର କୌଣସି କାରଣରୁ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ହରିହର ଧକ୍କା ମାରିବାରୁ ହୃଷିକେଶ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସେରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପାଟପୁର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2TMBebz
No comments:
Post a Comment