କ୍ଷୀର ସହ କୋକ୍‌ର ମଜା ନେଲେ ଯୁବକ , ଭିଡ଼ିଓ ହେଲା ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

କ୍ଷୀର ସହ କୋକ୍‌ର ମଜା ନେଲେ ଯୁବକ , ଭିଡ଼ିଓ ହେଲା ଭାଇରାଲ

ଲଣ୍ଡନ: ଆପଣମାନେ କ୍ଷୀର ପିଇଥିବେ। ଆଉ ସଫ୍ଟ ଡ୍ରିଙ୍କସ୍‌ ହିସାବରେ କୋକ୍‌ର ବି ମଜା ନେଇଥିବେ। ହେଲେ ୨ ଟି ଯାକ ଡ୍ରିଙ୍କସ୍‌କୁ ମିଶାଇ କେବେ ଏହାକୁ ଟେଷ୍ଟ କରିଛନ୍ତି କି। ଏପରି ଏକ ଭିଡ଼ିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହା ଶୁଣିବାକୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଲୋକେ ଏ ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ। ହେଲେ ଲଣ୍ଡନ ସହର ନିକଟସ୍ଥ  ବର୍ମିଘାମର ଜଣେ ଯୁବକ ଏପରି କରି ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେତେକ ଏହାକୁ ନାପସନ୍ଦ କରୁଥିବା ବେଳେ ଆଉ କେତେକ ଏହାକୁ ଲାଇକ୍‌ କରୁଛନ୍ତି। ସେମାନେ ନିଜେ ମଧ୍ୟ ପ୍ରସ୍ତୁତ କରି ଏହାର ମଜା ନେବା ସହ ଫଟୋ ଅପଲୋଡ କରିବାକୁ ଭୁଲୁ ନାହାନ୍ତି।

ଟିଭି ଓ ରେଡ଼ିଓ କମେଡି ଲେଖକ ଜେମ୍ସ ଫେଲ୍ଟନ ନାମକ ଯୁବକ ମାର୍ଚ୍ଚ ୧ ତାରିଖରେ ନିଜ ଟ୍ୱିଟରରେ ୩ଟି ଫଟୋ ଅପ୍‌ଲୋଡ଼ କରିଥିଲେ। ପ୍ରଥମ ଫଟୋରେ ଏକ କୋକ୍‌ ବଟଲ ଓ ଏକ କ୍ଷୀର ଡବା ରହିଛି। ଦ୍ୱିତୀୟରେ ଉଭୟ ଜିନିଷକୁ ମିଶ୍ରଣ କରାଯାଉଛି। ତୃତୀୟରେ ଏହି ମିଶ୍ରଣକୁ ଜେମ୍ସ ନିଜେ ପିଉଛନ୍ତି। ଏ ପର୍ଯ୍ୟନ୍ତ ଏ ଟ୍ୱିଟ୍‌କୁ ୫ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଥର ରିଟ୍ୱିଟ୍‌ କରାଯାଇଛି। ଜେମ୍ସ ଏହି ଫଟୋ ପୋଷ୍ଟ କରି ବର୍ମିଘାମବାସୀ ଏହି ଡ୍ରିଙ୍କସ୍‌କୁ ବହୁତ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି। ହେଲେ ସେ ଏ ନେଇ କୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ଲେଖିଛନ୍ତି ।



from Odisha Reporter https://ift.tt/2GZUdbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages