ଆତଙ୍କୀ ଆକ୍ରମଣ ପାଇଁ କେବେ, କେଉଁଠି ବନ୍ଦ ହୋଇଛି ଖେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 15, 2019

ଆତଙ୍କୀ ଆକ୍ରମଣ ପାଇଁ କେବେ, କେଉଁଠି ବନ୍ଦ ହୋଇଛି ଖେଳ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚର ଅଲ୍ ନୁର୍ ମସଜିଦରେ ହୋଇଥିବା ଆତଙ୍କୀ ଆକ୍ରମଣ ସମୟରେ ବାଂଲାଦେଶ କ୍ରିକେଟ୍ ଟିମ୍ ଉପସ୍ଥିତ ଥିଲା। ତେବେ କୌଣସି ଖେଳାଳିଙ୍କୁ ଏଥିରେ କିଛି କ୍ଷତି ହୋଇନି। କିନ୍ତୁ ଏହି ଆକ୍ରମଣ ପରେ ଏବେ ପୂରା କ୍ରୀଡ଼ା ଜଗତ ହୁଲସ୍ତୁଲ ହୋଇପଡ଼ିଛି। କ୍ରୀଡ଼ା ଜଗତରେ ଏଭଳି ନରସଂହାର ଘଟଣା ପ୍ରଥମଥର ଘଟିନାହିଁ। ଏହା ପୂର୍ବରୁ ମଧ୍ୟ ଆତଙ୍କୀ ଟାର୍ଗେଟରେ ରହିଆସିଛି କ୍ରୀଡ଼ା ଜଗତ। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟରଙ୍କ ଉପରେ ଆକ୍ରମଣ ହେଉ କି, ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଦ୍ୱାରା ମଧ୍ୟ କ୍ରୀଡ଼ା ଜଗତ ପ୍ରଭାବିତ ହୋଇଥିଲା। ଆତଙ୍କୀ ଆକ୍ରମଣରେ ପ୍ରଭାବତି ହୋଇଥିବା ଖେଳ ଉପରେ ଆସନ୍ତୁ ନଜର ପକାଇବା।

ଶ୍ରୀଲଙ୍କା କ୍ରିକେଟ ଟିମ ଉପରକୁ ଆକ୍ରମଣ: ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଟିମ୍ ପାକିସ୍ତାନ ଗସ୍ତରେ ଥିଲା। ଏହି ଗସ୍ତରେ ଦୁଇ ଟିମ୍ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇଥିଲା। ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୬୦୬ ରନ୍ କରିଥିଲା। ମ୍ୟାଚର ଦ୍ୱିତୀୟ (୨ ମାର୍ଚ୍ଚ) ଦିନର ଖେଳ ଶେଷ ସୁଦ୍ଧା ପାକିସ୍ତାନ ୧ ୱିକେଟ୍ ହରାଇ ୧୧୦ ରନ୍ କରିଥିଲା। ତୃତୀୟ ଦିବସରେ (୩ ମାର୍ଚ୍ଚ) ଶ୍ରୀଲଙ୍କା କ୍ରିକେଟର ବସ ଯୋଗେ ହୋଟେଲରୁ ବାହାରି ଷ୍ଟାଡିୟମ ଅଭିମୁଖେ ବାହାରି ପଡ଼ିଥିଲେ।

ଏହା ମଧ୍ୟରେ ଅଧା ବାଟରେ ପ୍ରାୟ ୧୨ ଆତଙ୍କବାଦୀ ଶ୍ରୀଲଙ୍କା କ୍ରିକେଟର ଥିବା ବସ ଉପରକୁ ଘନଘନ ଗୁଳି ବର୍ଷା କରିଥିଲେ। ଏଥିରେ ଶ୍ରୀଲଙ୍କାର ୬ଜଣ କ୍ରିକେଟର ଆହତ ହୋଇଥିଲେ। ଆକ୍ରମଣକୁ ବିଫଳ କରିବା ପ୍ରୟାସରେ ସୁରକ୍ଷାକର୍ମୀ ସମତେ ୮ଜଣ ପ୍ରାଣ ହରାଇଥିଲେ। ଆହତ ହୋଇଥିବା ଖେଳାଳିମାନଙ୍କ ମଧ୍ୟରେ ୱିକେଟକିପର ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାର, ମାହେଲା ଜୟବର୍ଦ୍ଧନେ, ଥିଲାନ ସମରାବୀରା, ସ୍ପିନର ଅଜନ୍ତା ମେଣ୍ଡିସ ସାମିଲ୍ ଥିଲେ। ସୌଭାଗ୍ୟବଶତ ଏଥିରେ କୌଣସି ଖେଳାଳି ଗୁରୁତର ହୋଇନଥିଲେ ଏବଂ ପରେ ଶୀଘ୍ର ସୁସ୍ଥ ହୋଇଥିଲେ। ଏହି ମାମଲାରେ ଶ୍ରୀଲଙ୍କା ସରକାର ହସ୍ତକ୍ଷେପ କରି ତୁରନ୍ତ ଗସ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଟିମକୁ ସ୍ୱଦେଶ ଫେରିବାକୁ କହିଥିଲେ ।

ଶ୍ରୀଲଙ୍କା ଟିମର ଆସିଷ୍ଟାଣ୍ଟ କୋଚ୍ ପଲ ଫରବ୍ରେସଙ୍କୁ ମଧ୍ୟ ଏହି ଆକ୍ରମଣରେ ସାମାନ୍ୟ ଆଘାତ ଲାଗିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଆକ୍ରମଣକାରୀ ପାଖରେ ରାଇଫଲ, ଗ୍ରେନେଡ ଏବଂ ରକେଟ୍ ଲଞ୍ଚର ଥିଲା। ଶ୍ରୀଲଙ୍କା ଟିମ୍ ଉପରେ ହୋଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଜମଲକୁ ଆଫଗାନିସ୍ତାନ ସୀମାରେ ଆଫଗାନ୍ ଓ ଆମେରିକୀୟ ସେନା ମାରିବାରେ ସଫଳ ହୋଇଥିଲେ। ଏହି ଆକ୍ରମଣ ପରଠାରୁ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନଥିଲା। ସୁରକ୍ଷା କାରଣରୁ ସବୁ ଦେଶ ସେଠାରେ କ୍ରିକେଟ ଖେଳିବାକୁ ମନା କରିଦେଇଥିଲେ। ତେବେ ୨୦୧୫ରେ ଜିମ୍ବାୱେ ଟିମ୍ ପାକିସ୍ତାନ ଗସ୍ତ କରି ସେଠାରେ ଅନ୍ତର୍ଜାତୀୟ କ୍ରିକେଟର ଶୁଭାରମ୍ଭ କରିଥିଲା । କିନ୍ତୁ ଏବେବି ଅଧିକାଂଶ ଦେଶ ପାକିସ୍ତାନ ଗସ୍ତ କରିବାକୁ ଭୟ କରୁଛନ୍ତି ।

୧୯୭୨, ମ୍ୟୁନିକ୍ ଅଲିମ୍ପିକ୍ସ: ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ଫିଲିପାଇନ୍ସର ୮ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଇସ୍ରାଇଲ ଖେଳାଳିଙ୍କ ମୃତ୍ୟୁ ହୋଇଥିଲା ଏବଂ ୯ଜଣ ଖେଳାଳିଙ୍କୁ ବନ୍ଦୀ କରିଦିଆଯାଇଥିଲା। ପରେ ସମସ୍ତ ୯ଜଣ ଖେଳାଳିଙ୍କୁ ମାରଦିଆଯାଇଥିଲା। ୧୯୩୬ ବର୍ଲିନ୍ ଅଲିମ୍ପିକ୍ସ ପରେ ସେପ୍ଟେମ୍ବର, ୧୯୭୨ରେ ପ୍ରଥମଥର ଜର୍ମାନୀରେ ଅଲିମ୍ପିକ୍ସ ଆୟୋଜନ ହେବାର ଥିଲା। ଇସ୍ରାଇଲ ଖେଳାଳିମାନେ ନିଜ ଦେଶର ସ୍ଥିତିକୁ ଦେଖି ବହୁତ ଚିନ୍ତାରେ ପଡ଼ିଯାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। ୪, ସେପ୍ଟେମ୍ବର ରାତିରେ ଇସ୍ରାଇଲ ଖେଳାଳି ନିଜ ନିଜ ରୁମ୍କୁ ଯାଇଥିଲେ।

ସକାଳ ପ୍ରାୟ ୪ଟା ବେଳେ ଫିଲିପାଇନ୍ସର ୮ ଆତଙ୍କାବାଦୀ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମର ୬ ଫୁଟ୍ କାନ୍ଥ ଅତିକ୍ରମ କରି ଇସ୍ରାଇଲ ଖେଳାଳିଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ସିଧା ଇସ୍ରାଇଲ ଖେଳାଳିମାନଙ୍କ ବିଲ୍ଡିଂରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ । ଖେଳାଳିମାନେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ଦୁଇଜଣ ଖେଳାଳି ମୃତ୍ୟୁବରଣ କରିଥିଲେ। ପରେ ଦୁଇଜଣ ଖେଳାଳି ବର୍ତ୍ତିଯାଇଥିବା ବେଳେ ୯ଜଣଙ୍କୁ ଆକ୍ରମଣକାରୀ ବନ୍ଦୀ କରିନେଇଥିଲେ। ଆକ୍ରମଣ ସତ୍ତ୍ବେ ଅଲିମ୍ପିକ୍ସ ଜାରି ରହିଥିଲା।

୨୬/୧୧ ମୁମ୍ବାଇ ଆକ୍ରମଣ: ୨୦୦୮ରେ ୨୬/୧୧ ଆକ୍ରମଣ ଘଟଣା ଆଜି ସମସ୍ତଙ୍କ ମନରେ ଭୟ ସୃଷ୍ଟି କରି ରଖିଛି। ଏହି ସମୟରେ ଇଂଲଣ୍ଡ ଟିମ୍ ଭାରତ ଗସ୍ତରେ ଥିଲା। ଏହି ଆକ୍ରମଣ ବେଳେ ଇଂଲଣ୍ଡ କ୍ରିକେଟ୍ ଟିମ୍ କଟକରେ ମ୍ୟାଚ୍ ଖେଳୁଥିଲା। ସାତମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପଞ୍ଚମ ମ୍ୟାଚ୍ କଟକରେ ଚାଲିଥିବା ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ଯେଉଁଥିରେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ଶେଷ ଦୁଇଟି ମ୍ୟାଚ୍ ଗୌହାଟୀ ଓ ଦିଲ୍ଲୀରେ ଖେଳାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହି ଆକ୍ରମଣ ପରେ ଇଂଲଣ୍ଡ ଗସ୍ତ ଅଧାରୁ ବାତିଲ କରି ସ୍ୱଦେଶ ଫେରିଯାଇଥିଲା।

୧୯୮୭, କଲମ୍ବୋ: ୧୯୮୭ରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ଗସ୍ତରେ ଥିଲା। ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାକୁ ସ୍ଥିର ହୋଇଥିଲା। କଲମ୍ବୋରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ରହୁଥିବା ହୋଟେଲ ବାହାରେ ଘଟିଥିବା ବିସ୍ଫୋରଣରେ ୧୧୩ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲା। ଏହାର ପ୍ରଭାବରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମ୍ ପ୍ରଥମ ଟେଷ୍ଟ ପରେ ଗସ୍ତ ବାତିଲ କରି ସ୍ୱଦେଶ ଫେରିଯାଇଥିଲା।

୨୦୦୨, କରାଚୀ: ୨୦୦୨ରେ ପାକିସ୍ତାନ ଗସ୍ତ କରିଥିବା ନ୍ୟୁଜିଲ୍ୟାଣ୍ଡ ଟିମର ହୋଟେଲ ବାହାରେ ହୋଇଥିବା ବିସ୍ଫୋରଣରେ ୧୨ଜଣ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ତା’ର ଖେଳାଳିଙ୍କୁ ସ୍ୱଦେଶ ଫେରିଆସିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ବର୍ଷକ ପୂର୍ବରୁ ୧୧, ସେପ୍ଟେମ୍ବରରେ ଆମେରିକାରେ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା।



from Odisha Reporter https://ift.tt/2UCDU7Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages