ଯାଜପୁର ଜିଲ୍ଲାର ୪ଟି ବିଧାନସଭା ଆସନରେ କାହିଁକି ପ୍ରାର୍ଥୀ ଘୋଷଣା କଲାନି ବିଜେଡି? ପଢ଼ନ୍ତୁ କିଛି ସମ୍ଭାବ୍ୟ କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଯାଜପୁର ଜିଲ୍ଲାର ୪ଟି ବିଧାନସଭା ଆସନରେ କାହିଁକି ପ୍ରାର୍ଥୀ ଘୋଷଣା କଲାନି ବିଜେଡି? ପଢ଼ନ୍ତୁ କିଛି ସମ୍ଭାବ୍ୟ କାରଣ

ଯାଜପୁର (ଗୁଲାମ ଗସ୍): ବିଜେଡିରେ ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଲାଗି ରହିଛି ଛକାପଞ୍ଝା। କିଏ ରହିବ, କିଏ କଟିବ ତା’ର ହିସାବ କେହି ପାଉନାହାନ୍ତି। ଯେ ପର୍ଯ୍ୟନ୍ତ ନାଁ ଘୋଷଣା ହେଇନି, ସେଯାଏଁ ଆଶାୟୀଙ୍କ ଆଖିରୁ ନିଦ ହଜି ଯାଇଛି। ଆଶା-ଆଶଙ୍କାରେ ସମସ୍ତେ।

ବୁଧବାର ରାତିରେ ବିଜେଡି ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯାଜପୁର ଜିଲ୍ଲାର ୪ଟି ବିଧାନସଭା ଆସନରେ। ଦଳ ସୁପ୍ରିମୋ ୪୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ। ଏଥିରେ ଯାଜପୁର ଲୋକସଭା ଆସନ ସହିତ ୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ। କିନ୍ତୁ ବାଦ୍‌ ପଡ଼ିଗଲା ବଡ଼ଚଣା, ଯାଜପୁର, କୋରେଇ ଓ ବରୀ ଆସନ।

ଯେଉଁ ୪ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇନି, ତାକୁ ନେଇ ସମଗ୍ର ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ଘମାଘୋଟ ଚର୍ଚ୍ଚା। ଏହିସବୁ ଆସନରେ ଥିବା ପୁରୁଣା ମୁହଁ ହଟେଇ ନୂଆମୁହଁ ଦେବେ କି ସୁପ୍ରିମୋ? କିଏ ବଳି ପଡ଼ିବ? କାହା ମୁଣ୍ଡରେ ସୁନାକଳସ ଢାଳିବେ ନବୀନ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ। ପ୍ରକି ଗାଁରେ, ପ୍ରତି ଛକରେ ଏହି ଆଲୋଚନା।

ଏବେ ଦେଖାଯାଉ, ଘୋଷଣାରୁ ବାଦ୍ ପଡ଼ିଥିବା ଏହି ୪ଟି ଆସନ- ବଡ଼ଚଣା, ଯାଜପୁର, କୋରେଇବରିରେ କିଏ ଅଛନ୍ତି ପୁରୁଣା ମୁହଁ। ବଡ଼ଚଣାରେ ଅମର ପ୍ରସାଦ ଶତପଥୀ ଖୁବ୍ ପ୍ରଭାବଶାଳୀ। ଦୀର୍ଘଦିନ ଧରି ସେ ବିଧାୟକ, ତା ସହିତ ଦଳୀୟ କାର୍ଯ୍ୟରେ ପାରଙ୍ଗମ।

ସେହିପରି କୋରେଇ ଅଙ୍କ ଟିକେ ଗୋଳମାଳିଆ ଧରିଛି। କୁହାଯାଉଛି ଏଠିକାର ବିଧାୟକ ଆକାଶ ଦାସନାୟକଙ୍କର ଥାର୍ଡଫ୍ଲୋର୍‌ ସହ ବିଶେଷ ଭଲ ପଡୁନି। କାରଣ ଥାର୍ଡଫ୍ଲୋର୍ ଜଗିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଚର୍ଚ୍ଚା ହେଉଥିଲା, ଏଠୁ ସେ ନିଜେ ଠିଆ ହୋଇ ତାଙ୍କ ଆସନଟି ନବୀନଙ୍କ ପୁତୁରାଙ୍କୁ ଦେବେ। ପୁଣି କିଏ କିଏ କହୁଥିଲେ, ଏଠୁ ସେ ତାଙ୍କ ଭିଣୋଇ ତଥା ଅଭିନେତା ଅରିନ୍ଦମଙ୍କୁ ପ୍ରାର୍ଥୀ କରିବେ। ଯାହା ଜଣାପଡୁଛି, କିଛି ଗୋଟେ ନୂଆ ସମୀକରଣ କୋରେଇ ବାସୀ ଦେଖିବେ।

ସେହିପରି ବରି ବିଧାନସବା ଆସନର ମଉଡମଣୀ ହେଲେ ଦେବାଶୀଷ ନାୟକ। ଇଏ ହେଉଛନ୍ତି ନବୀନଙ୍କର ପୁରୁଣା ଦିନର ବନ୍ଧୁ, କିନ୍ତୁ ପରେ ତାଙ୍କ କୋଟେରିରୁ ଆଉଟ୍ ହୋଇଥିଲେ। ଶୁଣାଯାଉଥିଲା, ଏଠି କାଳେ ତାଙ୍କ ବଦଳରେ ଦଳୀୟ ମୁଖପାତ୍ର ସୁଲୋଚନା ଦାସଙ୍କୁ କିମ୍ବା ସୁଲତା ଦେଓଙ୍କୁ ପ୍ରାର୍ଥୀ କରିବ। ଏମାନେ ମଝିରେ ଫିଲ୍ଡ ଯାଇ କାମ ମଧ୍ୟ ଆରମ୍ଭ କରିଥିଲେ। ଏକଥା ମଧ୍ୟ ଶୁଣିବାକୁ ମିଳୁଛି, ବରୀରେ ଦେବାଶୀଷଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ। ସେମିତି ହେଲେ ସମସ୍ତେ ଖୁସି। ବିଜେଡିର ୩୩ ପ୍ରତିଶତ ସ୍ଲୋଗାନ୍ ପୂରଣ ହେବ, ତା ସହିତ ଦେବାଶିଷଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ ହଟେଇ ହେବ। ଏସବୁକୁ ନେଇ ଏଠି ଚର୍ଚ୍ଚା ବଢିଯାଇଛି।

ସେହିପରି ବିଜେଡିର ପ୍ରଭାବଶାଳୀ ଶକ୍ତିକେନ୍ଦ୍ର ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଯାଜପୁର ବିଧାନସଭା ଆସନର ମଉଡ଼ମଣି। ଶୁଣାଯାଉଥିଲା ସେ କୋରେଇ ଯିବେ। ସେ ନଚାହିଁଲେ ତାଙ୍କ ଆସନରେ ତାଙ୍କୁ କେହି ପରିବର୍ତ୍ତନ କରିପାରିବେ ନାହିଁ। କିନ୍ତୁ ସେ କେଉଁ ଖେଳ ଖେଳିବାକୁ ଚାହୁଁଛନ୍ତି, ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ଯଦି ସେ କୋରେଇରୁ ଠିଆ ହେବେ, ତେବେ ଆକାଶ ଯିବେ କୁଆଡ଼େ? ପୂରା ଆଉଟ୍ ହେବେ ନା ଅନ୍ୟ କେଉଁଠି ପାଇବେ? ସେହିପରି ଯାଜପୁରରେ କିଏ ଟିକଟ ପାଇବେ?

ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ ଏଥର ନିର୍ବାଚନରେ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ । ହେଲେ ଯାଜପୁର ଲୋକସଭା ଆସନରୁ ଏପର୍ଯନ୍ତ ମାତ୍ର ଜଣେ ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କୁ ଟିକଟ ମିଳିଛି ବିଞ୍ଝାରପୁର ଆସନରୁ । ତେଣୁ ଏହି ୪ଟି ସ୍ଥାନରେ କିଛି ମହିଳା ପ୍ରାର୍ଥୀ ଦେବେ କି ?

ପ୍ରଣବ ଦାସଙ୍କ ନାଁ ପ୍ରାର୍ଥୀ ତାଲିକାରୁ ହଟିବାର ପ୍ରଶ୍ନ ଉଠୁନାହିଁ। ସେ ଯେଉଁଠୁ ଚାହିଁବେ, ସେହି ଆସନରୁ ଲଢିବେ। ଆକାଶ ଦାସନାୟକ ଓ ଅମର ଶତପଥୀଙ୍କ ପୋଜିସନ ଭଲ ଅଛି ବୋଲି ଚର୍ଚ୍ଚା ହେଉଛି। ହୁଏତ ଏମାନଙ୍କୁ ନିଜ ସ୍ଥାନରେ ମୁଖ୍ୟମନ୍ତ୍ରୀ ରଖିପାରନ୍ତି।



from Odisha Reporter https://ift.tt/2HW85TX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages