ଏକାମ୍ରରୁ ବିଧାୟକ ପ୍ରାର୍ଥୀ ହେବେ ବାବୁ ସିଂହ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ଏକାମ୍ରରୁ ବିଧାୟକ ପ୍ରାର୍ଥୀ ହେବେ ବାବୁ ସିଂହ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ଆଗାମୀ ସାଧାରଣ ନିର୍ବାଚନରେ ଏକାମ୍ର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ସେ ଦୁଇ-ତିନି ଦିନ ମଧ୍ୟରେ ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ।

ମିଳିଥିବା ସୂଚନା ଅନୁସାରେ ଶ୍ରୀ ସିଂହ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ବିଜେଡିଠୁ ନିର୍ଭର ପ୍ରତିଶ୍ରୁତି ଲୋଡ଼ିଥିଲେ। ତାଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ଦଳର ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ବିଜେଡି ପକ୍ଷରୁ ତାଙ୍କୁ କୌଣସି ଜବାବ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଡ଼ା ଟକ୍କର ଦେଇ ଶ୍ରୀ ସିଂହ ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ। ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଗତ ୨-୩ବର୍ଷ ଧରି ଜୋରଦାର ପ୍ରସ୍ତୁତି କରି ଆସୁଛନ୍ତି।

ଏକାମ୍ରର ଦଳୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଲୋକପ୍ରିୟତା ନଥିବା ତଥା ଭୋଟରଙ୍କଠୁ ସେ ଦୂରେଇ ଯାଉଥିବା ଅନୁଭବ କରି ବିଜେଡି ଗତବର୍ଷ ଶ୍ରୀ ସିଂହଙ୍କୁ ଭୁବନେଶ୍ୱର ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ମନ୍ତ୍ରୀ ଶ୍ରୀ ପଣ୍ଡା ଜିଲ୍ଲାରେ ସମାନ୍ତରାଳ ସାଂଗଠନିକ କାର୍ଯ୍ୟ ଚଳାଇ ଶ୍ରୀ ସିଂହଙ୍କୁ ତୀବ୍ର ବିରୋଧ କରୁଥିଲେ। ଏଭଳି ଗୋଷ୍ଠୀକନ୍ଦଳ ଓ ବିଶୃଙ୍ଖଳା ସମ୍ପର୍କରେ ବିଜେଡି ନେତୃତ୍ୱଙ୍କ ପାଖରେ ଖବର ଥିଲେ ମଧ୍ୟ ତାହାର ସମାଧାନ ଉଦ୍ୟମ ହେଉନଥିବାରୁ ଶ୍ରୀ ସିଂହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। ସେ ଦୁଇ-ତିନି ମଧ୍ୟରେ ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2NTWLJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages