ସମ୍ବିଧାନର ୩୫-ଏ ଧାରାକୁ ଜେଟ୍‌ଲୀଙ୍କ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ସମ୍ବିଧାନର ୩୫-ଏ ଧାରାକୁ ଜେଟ୍‌ଲୀଙ୍କ ସମାଲୋଚନା

ନୂଆଦିଲ୍ଲୀ: ବିବାଦୀୟ ଅନୁଚ୍ଛେଦ ୩୫ ଏକୁ ନେଇ ଫେସ୍‌ବୁକ୍‌ରେ କଡ଼ା ସମାଲୋଚନା କରିଛନ୍ତି ଅରୁଣ ଜେଟ୍‌ଲୀ। ସେ କହିଛନ୍ତି ଏହା ଜମ୍ମୁ କଶ୍ମୀରରେ ବସବାସ କରୁଥିବା ବିଭିନ୍ନ ରାଜ୍ୟର ନାଗରିକଙ୍କ ମଧ୍ୟରେ ଭେଦଭାବ କରିଆସୁଛି। ସେଠାରେ ବସବାସ କରୁଥିବା ଲକ୍ଷ ଲକ୍ଷ ଭାରତୀୟ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଉଛନ୍ତି, କିନ୍ତୁ ବିଧାନସଭା ନିର୍ବାଚନରେ ଭୋଟ୍‌ ଦେବାରୁ ସେମାନଙ୍କୁ ବଞ୍ଚିତ କରାଯାଉଛି।

କିଛି ଲୋକଙ୍କୁ ସ୍ଥାୟୀ ନାଗରିକ ଘୋଷଣା କରାଯାଇଥିବାରୁ ଅନ୍ୟମାନେ ଏବଂ ତାଙ୍କର ପିଲାମାନେ ସରକାରୀ ଚାକିରୀ ମଧ୍ୟ ପାଇପାରୁନାହାନ୍ତି। ଏପରିକି ସେମାନେ ସମ୍ପତ୍ତି ମଧ୍ୟ କିଣିପାରୁନାହାନ୍ତି ଏବଂ ସେମାନଙ୍କ ପିଲାମାନେ ସରକାରୀ ଅନୁଷ୍ଠାନରେ ନିଯୁକ୍ତି ପାଇପାରୁନାହାନ୍ତି। ଜମ୍ମୁକଶ୍ମୀରର ମହିଳାମାନେ ରାଜ୍ୟ ବାହାରେ ବିବାହ କଲେ, ସେମାନେ ସମ୍ପତ୍ତିର ଉତ୍ତରାଧିକାରୀ ହେବାକୁ ଅଯୋଗ୍ୟ ହେଉଛନ୍ତି।

ଜେଟ୍‌ଲୀ କହିଛନ୍ତି, ୧୯୫୪ ମସିହାରେ ଏହି ବିବାଦୀୟ ଅନୁଚ୍ଛେଦକୁ ଅତି ଗୋପନୀୟ ଭାବରେ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଜରିଆରେ ସମ୍ବିଧାନରେ ଯୋଡ଼ାଯାଇଥିଲା, ଯାହାକି ଗୃହରେ ପାରିତ ହୋଇନଥିଲା।

ସେ କହିଛନ୍ତି, ଏହା ନା ମୂଳ ସମ୍ବିଧାନରେ ଥିଲା ନା ଅନୁଚ୍ଛେଦ ୩୬୮ ଅନୁଯାୟୀ ସମ୍ବିଧାନିକ ସଂଶୋଧନରେ ଆସିଥିଲା। ଏହି ସଂଶୋଧନ ପାଇଁ ଉଭୟ ଗୃହରୁ ଦୁଇ ତୃତୀୟାଂଶ ଭୋଟ୍‌ର ସମର୍ଥନ ଆବଶ୍ୟକ ମଧ୍ୟ ଥିଲା। ଏହା ସ୍ଥାୟୀ ନିବାସୀ ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ନାଗରିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଜେଟ୍‌ଲୀ ଅଭିଯୋଗ ଆଣିଛନ୍ତି।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଏହି ଅନୁଚ୍ଛେଦ ଜମ୍ମୁକଶ୍ମୀରର ଅର୍ଥବ୍ୟବସ୍ଥାକୁ ମଧ୍ୟ ଧ୍ୱଂସ କରିଛି। ଏହା ନିବେଶ ଉପରେ ରୋକ୍‌ ଲଗାଉଛି। ଏହି ରାଜ୍ୟରେ ଆର୍ଥିକ ସମ୍ପଦର ଘୋର ଅଭାବ ଥିବାବେଳେ ପୁଞ୍ଜି ସଂଗ୍ରହର ସମସ୍ତ ବାଟ ବନ୍ଦ କରି ଅର୍ଥ ବ୍ୟବସ୍ଥାକୁ ପଙ୍ଗୁ କରିଦିଆଯାଇଛି।

ଏହି ପକ୍ଷପାତିତା କାରଣରୁ ହିଁ ନିବେଶକମାନେ ଶିଳ୍ପ, ହୋଟେଲ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନା କରୁନାହାନ୍ତି। କାରଣ ନା ସେମାନେ ଜମି କିଣିପାରିବେ ନା ତାଙ୍କ ପିଲାଏ ଭବିଷ୍ୟତରେ ସରକାରୀ ଚାକିରି କରିପାରିବେ। ଯଦିଓ ବ୍ୟାପକ ପର୍ଯ୍ୟଟନର ସୁଯୋଗ ରହିଛି, କୌଣସି ଅନ୍ତର୍ଜାତୀୟ ବା ଜାତୀୟ ହୋଟେଲ ଚେନ୍ ଏଠାରେ ବ୍ୟବସାୟ ଆରମ୍ଭ କରିପାରିନାହାନ୍ତି। ଶିକ୍ଷା ପାଇଁ ଏଠାକାର ଛାତ୍ରମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି।

ସେ ମୁଖ୍ୟ ରାଜନୈତିକ ଦଳଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି, ବିଚ୍ଛିନ୍ନତାବାଦୀ ନେତାମାନଙ୍କ ଦମନ ପାଇଁ ସେମାନେ କିଛି ମଧ୍ୟ ପଦକ୍ଷେପ ନେଉନାହାନ୍ତି। ସେ କହିଛନ୍ତି କେନ୍ଦ୍ର ସବୁ ସମୟରେ ଏହି ରାଜ୍ୟରେ ରାଜନୀତିକ ଦଳଙ୍କୁ ଅଧିକ ସୁଯୋଗ ଦେଇଆସିଛି। କିନ୍ତୁ ବିଚ୍ଛିନ୍ନତାବାଦୀଙ୍କ ପ୍ରକୋପ କମିବାର ନାଁ ନେଉନି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଏହି ଅନୁଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଚାଲୁ ରହିଛି।



from Odisha Reporter https://ift.tt/2WrHEcN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages