
ମୁମ୍ବାଇ: ଫିଲ୍ମ ‘କଲଙ୍କ’ର ‘ଫାଷ୍ଟ କ୍ଲାସ୍’ ଗୀତ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି । ଗୀତଟି ରିଲିଜ୍ ହେବାର କିଛି ସମୟ ଭିତରେ ହିଁ ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଗୀତଟିକୁ ୧ କୋଟି ୫୦ ଲକ୍ଷରୁ ଅଧିକ ଲୋକ ଦେଖାସାରିଲେଣି। ଦର୍ଶକ ଗୀତଟିକୁ ବେଶ ପସନ୍ଦ କରୁଛନ୍ତି। ଗୀତରେ ଫିଲ୍ମର ଲିଡ୍ ଆକ୍ଟର ବରୁଣ ଧଓ୍ୱନ ନଜର ଆସୁଥିବା ବେଳେ ତାଙ୍କ ସହ କିୟାରା ଆଡ୍ଭାନୀଙ୍କ ଠୁମ୍କା ଗୀତକୁ ଅଧିକ ଆକର୍ଷଣୀୟ କରିଛିା ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛିା
ଏଥିସହ ଏହି ଗୀତରେ ମାଧୁରୀ, ଆଲିଆ ଓ ଆଦିତ୍ୟ ରାୟ କପୁରଙ୍କର ମଧ୍ୟ ଝଲକ୍ ଦେଖିବାକୁ ମିଳିଛି। ଗୀତଟି ଅରିଜିତ୍ ସିଂହ ଓ ନୀତି ମୋହନ୍ ଗାଇଛନ୍ତି। ପ୍ରିତମ୍ ଏହାକୁ କମ୍ପୋଜ୍ କରିଥିବାବେଳେ ଅମିତ ଭଟାଚାର୍ଯ୍ୟ ଗୀତଟିକୁ ଲେଖିଛନ୍ତି। ଏହାର କୋରିଓଗ୍ରାଫି କରିଛନ୍ତି ଡ୍ୟାନ୍ସ ମାଷ୍ଟର ରେମୋ ଡିସୁଜା।
ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବରୁଣ ଧୱନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷୀତ ମଧ୍ୟ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମଟି ଆସନ୍ତା ଏପ୍ରିଲ୧୭ରେ ପରଦାକୁ ଆସିବ।
from Odisha Reporter https://ift.tt/2CCjhBQ
No comments:
Post a Comment