ବୌଦ୍ଧ ଓ ଗଜପତି ବିଜେଡିରେ ବିଦ୍ରୋହ; ସ୍ୱାଧୀନ ପ୍ରାର୍ଥୀ ଦେବାକୁ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ବୌଦ୍ଧ ଓ ଗଜପତି ବିଜେଡିରେ ବିଦ୍ରୋହ; ସ୍ୱାଧୀନ ପ୍ରାର୍ଥୀ ଦେବାକୁ ଚେତାବନୀ

bjd1

ବୌଦ୍ଧ/ଗଜପତି(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ଆସନ ପାଇଁ ମହିଧର ରଣାଙ୍କୁ ବିଜେଡି ଟିକେଟ ମିଳିବା ପରେ ଦଳରେ ଦେଖାଦେଇଛି ଅସନ୍ତୋଷ। କଣ୍ଟାମାଳରେ ଶତାଧିକ ବିଜେଡ଼ି କର୍ମୀ ମହିଧର ରଣାଙ୍କ ବିରୋଧରେ ନାନା ସ୍ଲୋଗାନ ଦେଇ ରାସ୍ତାରେ ଟାୟାର ଜାଳି ପୋଷ୍ଟର ପୋଡ଼ିଛନ୍ତି। ସେ ଅଞ୍ଚଳରେ ମହିଧର କିଛି କାମ କରି ନଥିବା ସେମାନେ କହିଛନ୍ତି। ଏହା ସହିତ ମହିଧରଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି।

bjd2ସେହିପରି କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେମାନେ ଏହାକୁ ବିରୋଧ କରିଛନ୍ତି। ଜିଲ୍ଲା ବାହାରର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ମଧ୍ୟ ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି।

ଗଜପତିରେ ମଧ୍ୟ ସମାନ ପରିସ୍ଥିତି। ମୋହନା ନିର୍ବାଚନ ମଣ୍ଡଳୀରେ ପୂର୍ଣ୍ଣବାସୀ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଦଳରେ ଅସନ୍ତୋଷ ଦେଖା ଦେଇଛି। ୨୦୧୪ରେ ବିଜେଡି ତରଫରୁ ନିର୍ବାଚିତ ହୋଇଥିବା ବାସନ୍ତୀ ମଲ୍ଲିକଙ୍କ ସହିତ ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଆମସନ ମଲ୍ଲିକ ଟିକେଟ୍‌ ଆଶାୟୀ ଥିଲେ। ହେଲେ ଏମାନେ ସମସ୍ତେ ନିରାଶ ହୋଇଛନ୍ତି।

gajapatiରାୟଗଡ଼ ବ୍ଲକର ପୂର୍ଣ୍ଣବାସୀ ନାୟକଙ୍କୁ ଦଳ ଟିକେଟ ଦେଇଥିବାରୁ ଗଜପତି ଜିଲ୍ଲା କୁଇ କନ୍ଧ ଉନ୍ନୟନ ପରିଷଦ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ମୋହନ ରଙ୍ଗମାଟିଆରେ ଅନୁଷ୍ଠିତ ଏକ ବୈଠକରେ ଆମସନ ମଲ୍ଲିକଙ୍କୁ ସ୍ୱାଧୀନ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବ୍ରହ୍ମଗିରିରୁ ସଞ୍ଜୟ ଦାସବର୍ମାଙ୍କୁ ଟିକେଟ୍‌ ନଦେବାକୁ ଦାବି କରି ଦୁଇ ନେତା କୃଷ୍ଣଚନ୍ଦ୍ର ରାୟ ଓ ପ୍ରସନ୍ନ କୁମାର ବରାଳ ଦଳରୁ ବହିଷ୍କୃତ ହୋଇଛନ୍ତି। ଏହାପରେ ଏଠାରେ ବିଜେଡିର ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଏହି ଦୁଇ ନେତାଙ୍କ ବହିଷ୍କାରକୁ ବିରୋଧ କରି ସ୍ଥାନୀୟ କର୍ମୀମାନେ ସଞ୍ଜୟ ଦାସବର୍ମାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ସୁନ୍ଦରଗଡ଼ରେ ଯୋଗେଶ ସିଂହଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ କୁସୁମ ଟେଟେ ଦଳ ଛାଡ଼ିଥିବା ବେଳେ ଜୁନାଗଡ଼ରେ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯିବାରୁ ଟିକେଟ୍ ଆଶାୟୀ ପ୍ରମୋଦ ପଟ୍ଟନାୟକ ଦଳ ଛାଡ଼ିଛନ୍ତି। ସେହିଭଳି କନ୍ଧମାଳ ଲୋକସଭା ଆସନରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରାଯିବା ପରେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନୟାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଦଳ ଟିକେଟ୍ ନଦେଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ- ପଦାରେ ପଡ଼ିଲା ବିଜେଡି କଳି, କୁହୁଳୁଛି ଅସନ୍ତୋଷ



from Odisha Reporter https://ift.tt/2HzlRfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages