ମୋଦିଙ୍କ ଟିମ୍‌ରେ ୬ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୋଦିଙ୍କ ଟିମ୍‌ରେ ୬ ମହିଳା

ନୂଆଦିଲ୍ଲୀ: ଦେଶରେ ମୋଦି-୨ ସରକାର ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ୫୭ ଜଣିଆ ମନ୍ତ୍ରିମଣ୍ଡଳରେ ୬ଜଣ ମହିଳା ସାମିଲ ହୋଇଛନ୍ତି।

ମୋଦି-୨ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଓ ହର୍‌ସିମ୍ରତ କୌର ବାଦଲ ସ୍ଥାନ ପାଇଛନ୍ତି। ନିର୍ମଳା ପୂର୍ବଭଳି ପ୍ରତିରକ୍ଷା ମନ୍ତ୍ରୀ ରହିବେ ବୋଲି କୁହାଯାଉଥିବା ବେଳେ ସ୍ମୃତି ଓ ହର୍‌ସିମ୍ରତ କେଉଁ ବିଭାଗର ମନ୍ତ୍ରୀ ହେବେ, ତାହା ଜଣାପଡ଼ିନାହିଁ।

ସେହିପରି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅନ୍ୟ ୩ ମହିଳା ରାଷ୍ଟ୍ରମନ୍ତ୍ରୀ ହେଲେ ସାଧ୍ୱୀ ନିରଞ୍ଜନ ଜ୍ୟୋତି, ରେଣୁକା ସିଂ ସରୁତା ଓ ଦେବଶ୍ରୀ ଚୌଧୁରୀ।



from Odisha Reporter http://bit.ly/30VusQx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages