କୋଲକାତା: ଶାରଦା ଚିଟଫଣ୍ଡ ଘୋଟାଲାରେ ସିବିଆଇ କୋଲକାତାର ଦୁଇ ପୁଲିସ ଅଧିକାରୀଙ୍କୁ ନୋଟିସ୍ ପଠାଇଛି ହାଜର ହେବା ପାଇଁ। ଆଜି କୋଲକାତା ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସିବିଆଇ ନୋଟିସ୍ କରିଛି। ଏହି ଦୁଇ ପୁଲିସ ଅଧିକାରୀ ହେଲେ ଅର୍ଣ୍ଣବ ଘୋଷ ଏବଂ ଦିଲ୍ଲୀପ ହାବ୍ରା।
କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାର ସିବିଆଇ ସମନର ହାଜର ନହେବା ପରେ, ଏବେ ସିବିଆଇ ଦୁଇ ପୁଲିସ ଅଧିକାରୀଙ୍କୁ ନୋଟିସ ପଠାଇଛି। ଯାହାକି କୋଲକାତା ପୁଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ବୋଲି ଜଣାପଡ଼ିଛି।
ଏହି ଚିଟଫଣ୍ଡ ଘୋଟାଲାର ତଦନ୍ତ ପ୍ରଥମେ ପଶ୍ଚିମବଙ୍ଗ ସରକାର ଏକ ଏସଆଇଟି ଗଠନ କରି ତଦନ୍ତ କରିଥିଲେ। ସେତେବେଳେ ଏସଆଇଟି ଟିମର ନେତୃତ୍ୱ ନେଇଥିଲେ ଆଇପିଏସ ରାଜୀବ କୁମାର। ଏବଂ ସମନ ହୋଇଥିବା ଦୁଇ ପୁଲିସ ଅଧିକାରୀ ରାଜୀବଙ୍କ ଟିମରେ ଥିଲେ ବୋଲି ଜଣାପଡ଼ିଛି। ଏବେ ସିବିଆଇ ଏହି ଦୁଇ ପୁଲିସ ଅଧିକାରୀଙ୍କୁ ପଚରାଉଚରା କରି ଚିଟଫଣ୍ଡ ଘୋଟାଲା ଓ ରାଜୀବ କୁମାରଙ୍କ ବାବଦରେ ଅଧିକ ସୂଚନା ପାଇ ପାରିବ ବୋଲି ଆଶ ରଖିଛି। ଆଇପିଏସ ରାଜୀବ କୁମାର ଏସଆଇଟି ତଦନ୍ତ କରୁଥିବାବେଳେ ଅନେକ ପ୍ରମାଣ ନଷ୍ଟ କରିଦେଇଥିବା ସିବିଆଇ ପ୍ରମାଣ ପାଇଛି।
ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ସିବିଆଇ ନୋଟିସ କରିଥିବା ବେଳେ ଲୁକ୍ ଆଉଟ ନୋଟିସ ମଧ୍ୟ ଜାରି କରିଛି। ରାଜୀବ କୁମାର ଜାମିନ ପାଇନଥିବାରୁ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2QyAphI
No comments:
Post a Comment