
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଫଳାଫଳ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକ ସଭାରେ ଶାସକ ବିଜେଡିର ପ୍ରଦର୍ଶନ ଉତ୍ସାହଜନକ ଥିବାରୁ ନବୀନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୋଦି।
Congratulations to Naveen Babu for yet another victory in Odisha. Wishing
him the very best for the next term.ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା । @Naveen_Odisha
— Chowkidar Narendra Modi (@narendramodi) May 23, 2019
ମୋଦି ଓଡ଼ିଆରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ । ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା ।”
ମିଳିଥିବା ଶେଷ ସୂଚନା ଅନୁଯାୟୀ ବିଧାନ ସଭାରେ ୧୪୭ଟି ଆସନରୁ ଏଥର ୧୪୬ଟି ଆସନରେ ଭୋଟ୍ ହୋଇଥିବା ବେଳେ ବିଜେଡି ୧୦୮ଟିରେ ଆଗୁଆ ରହିଛି। ସେହିପରି ୨୧ଟି ଲୋକସଭା ଆସନରୁ ବିଜେଡି ୧୪ଟିରେ ଆଗୁଆ ଥିବା ଜଣାପଡ଼ିଛି।
from Odisha Reporter http://bit.ly/2X20qbm
No comments:
Post a Comment