ପ୍ରସବ ସମୟର ଭୟାନକ ଅନୁଭବ ବଖାଣିଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ପ୍ରସବ ସମୟର ଭୟାନକ ଅନୁଭବ ବଖାଣିଲେ ଏହି ଅଭିନେତ୍ରୀ

ମୁମ୍ୱାଇ: ଟେଲିଭିଜନ ଜଗତର ଜଣାଶୁଣା ଚେହେରା ଛବି ମିତ୍ତଲ ଦ୍ୱିତୀୟ ଥର ଲାଗି ମା’ ହୋଇଛନ୍ତି। ମା’ ହେବା ଏକ ସୁନ୍ଦର ଅନୁଭବ। କିନ୍ତୁ  ଦ୍ୱିତୀୟ ଥର ମା’ ହେବା ଅନୁଭବ ଛବିଙ୍କ ଲାଗି ବହୁତ ଭୟାନକ ଥିଲା ବୋଲି ସେ ବଖାଣିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସେବା ଓ  ସାନ୍ତ୍ୱନା ରୋଗୀକୁ ଠିକ୍‌ କରି ଦେଇଥାଏ। କିନ୍ତୁ ଛବିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରି ପକାଇଥିବା ଓ ଏହା ଏକ ଦୁଃସ୍ୱପ୍ନ ଥିବା ସେ କହିଛନ୍ତି।

 

ନିଜ ସହ ବିତିଥିବା ଏପରି ଅନୁଭବକୁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଛନ୍ତି।  ପ୍ରସବ ଦିନ ବିନା କୌଣସି କାରଣରେ ଡାକ୍ତର ତାଙ୍କ ଉପରେ ଚିଲାଇବା ସହ ତାଙ୍କ ସ୍ୱାମୀଙ୍କୁ ଓଟି ଭିତରକୁ ପଶାଇ ନ ଦେବା ଘଟଣାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି। ଏଥି ସହ ସନ୍ତାନ ପ୍ରସବ ପରେ ହିଁ ତାଙ୍କୁ ନ ଜଣାଇ କାହିଁକି ସଙ୍ଗେ ସଙ୍ଗେ ନିଦ ଇଞ୍ଜେକସନ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଛବି।

ଗର୍ଭ ଯନ୍ତ୍ରଣା ସହ ଡାକ୍ତରଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଛବି ଓଟିରୁ ବାହାରିଯିବାକୁ ଧମକ ଦେବାରୁ ତାଙ୍କ ସ୍ୱାମୀଙ୍କୁ ଭିତରକୁ ଆସିବାକୁ  ଅନୁମତି ମିଳିଥିଲା।  ଛବି ନିଜ ଇନଷ୍ଟାପୋଷ୍ଟରେ ଲେଖିଛନ୍ତି, ମୋତେ ନ ଜଣାଇ ଡାକ୍ତର ମୋତେ ନିଦ ଇଞ୍ଜେକସନ ଦେଇଥିଲେ। ଏହା ପରେ ପରେ ମୁଁ ବେହୋସ ହୋଇଯାଇଥିଲି। ମୁଁ ନିଜ ଛୁଆକୁ ଦେଖିବାକୁ ଚାହୁଁଥିଲି। ତାକୁ ଗେଲ କରିବାକୁ, ଧରିବାକୁ ଚାହୁଁଥିଲି। ବାରମ୍ୱାର ମୋ ଛୁଆ କାହିଁ, ସ୍ୱାମୀ କାହିଁ ବୋଲି ପ୍ରଶ୍ନ ପଚାରିବା ସତ୍ତ୍ୱେ ସେମାନେ ଏହାଗୁ ଗୁରୁତ୍ୱ ଦେଇନଥିଲେ। ନିଦ ଇଞ୍ଜେକସନ ଦିଆଯାଇଥିବା କାରଣରୁ ତା ପରଦିନ ଉଠିଲି। ବାରମ୍ୱାର ମୋ ସ୍ୱାମୀ ଓ ଛୁଆକୁ ଖୋଜିଲି।

ମୁଁ ଠିକ୍‌ ଭାବେ ରିକଭରି କରୁଥିବା ବେଳେ କଣ ପାଇଁ ଏହି ନିଶା ଇଞ୍ଜେକସନ ମୋତେ ଦିଆଯାଇଥିଲା। ମୋ ସ୍ୱାମୀଙ୍କୁ କାହିଁକି ଭିତରକୁ ଛଡା ଯାଇନଥିଲା।  ଛବିଙ୍କ ଏହି ପୋଷ୍ଟ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଏଥିଯୋଗୁ ତାଙ୍କୁ ବହୁତ ସହାନୁଭୂତି ମଧ୍ୟ ମିଳୁଛି। ଛବି ମେ ୧୩ ତାରିଖରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କର ପୂର୍ବରୁ ଏକ ୬ ବର୍ଷର ଝିଅ ଅଛି।



from Odisha Reporter http://bit.ly/30OlBA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages