ଘରେ କେବେ ପ୍ରସ୍ତୁତ କରି ଖାଇଛନ୍ତି ‘ଅବାଟୁଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଘରେ କେବେ ପ୍ରସ୍ତୁତ କରି ଖାଇଛନ୍ତି ‘ଅବାଟୁଲୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଅବାଟୁଲୁ’। ଏହି ନାଁ ଶୁଣିଲେ ଯେ କେହି ବି ପଚାରିବ ଏହା କ’ଣ। ପ୍ରକୃତରେ ଖୁବ୍‌ କମ୍‌ ଲୋକ ହିଁ ଜାଣିଥିବେ ଏହା ଏକ ଓଡ଼ିଆ ଘର ପିଠାର ନାଁ। ଖାଇବାକୁ ବି ବେଶ୍‌ ସ୍ୱାଦିଷ୍ଟ। ଖୁବ ନରମ, ମିଠା, ଲୁଣି। ସବୁ ପ୍ରକାର ସ୍ୱାଦ ପାଇପାରିବେ ଆପଣ ଏହାକୁ ଖାଇଲେ।  ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ:  ବୁଟ ଡାଲି , ଚିନି, ମଇଦା, ତେଲ।

ପ୍ରସ୍ତୁତି ପ୍ରଣାଳି:  ବୁଟ ଡାଲିକୁ ପ୍ରଥମେ ସିଝାଇ ତାହାକୁ ଚିନି ପକାଇ ଚକିଟି ଦିଅନ୍ତୁ। ଏହାପରେ ମଇଦା ଗୋଟେ ବାଉଲ ନିଅନ୍ତୁ। କିଛି  ରିଫାଇନ ଓ ଲୁଣ ପକାଇ ତାହାକୁ ଚକଟନ୍ତୁ।  ଏହାପରେ କିଛି କ୍ଷୀର ମିଶାଇ ତାହାକୁ ଅଟା ପରି ଚକଟି ଦିଅନ୍ତୁ।  କିଛି ସମୟ ପରେ ମଇଦା ଚକଟାକୁ ଗୁଳା ଭଳି କରି ଏକ କଦଳି ପତ୍ରରେ ରଖନ୍ତୁ। ଏହାକୁ ପିଠା ଆକାରର କରି ତାହା ମଧ୍ୟରେ ବୁଟ ଡାଲି ପୁର ଦିଅନ୍ତୁ। ଏହାକୁ ଚାରି ପଟୁ ବନ୍ଦ କରି ଦିଅନ୍ତୁ।

ଗ୍ୟାସରେ ଏକ ପ୍ୟାନ ବସାଇ ସେଥିରେ ପିଠା ସେକିବା ଲାଗି ତେଲ ପକାନ୍ତୁ। ଏହା ତାତିବା ପରେ ଗଢିଥିବା ପିଠାକୁ ଆସ୍ତେ ପ୍ୟାନରେ ପକାଇ ଦିଅନ୍ତୁ । ଗ୍ୟାସ୍‌ ସିମ୍‌ରେ ରଖିବେ। ଗୋଟିଏ ପଟ ହୋଇଗଲେ ତାହାକୁ ଓଲଟାଇ ଦିଅନ୍ତୁ। ଉଭୟ ସାଇଡ ଗୋଲଡେନ ବ୍ରାଉନ ହୋଇଗଲେ ପ୍ରସ୍ତୁତ ହୋଇଯିବ ପିଠା।



from Odisha Reporter http://bit.ly/2KcIAyK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages