ପୁଅ ବିବାହ ପାଇଁ ଜିନିଷ କିଣି ଫେରୁଥିଲେ, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ପୁଅର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ପୁଅ ବିବାହ ପାଇଁ ଜିନିଷ କିଣି ଫେରୁଥିଲେ, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ପୁଅର ଜୀବନ

ଲଖନପୁର(ଓଡ଼ିଶା ରିପୋର୍ଟର):ଝାରସୁଗୁଡ଼ା ଜିଲ୍ଲା ଏନ୍ଏଚ୍ ୪୯ର ପିପିଲିମାଲଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାପା ବିଶିକେଶନ କାଲୋ, ମା’ ତପସ୍ୱିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋ।

ମିଳିଥିବା ସୂଚନା ଅନୁଯାୟୀ, ବିଶିକେଶନଙ୍କ ପୁଅ ବାହାଘର ଥିଲା। ଆଜି ବିଶିକେସନ ନିଜ ପୁଅ ବାହାଘର ପାଇଁ  ବେଲପାହାଡ଼ରୁ ଜିନିଷ କିଣି  କିଣି ନିଜ ଗାଁ କୁଡ଼ାଲୋଇକୁ ଫେରୁଥିଲେ। ଏହି ସମୟରେ ରାୟଗଡ (ଛତିଶଗଡ଼) ଆଡୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ମାଲବାହୀ ଟ୍ରକ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପା, ମା’ ଓ ପୁଅର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ବେଲପାହାଡ଼ ପୁଲିସ ଜବତ କରିଛି ।
ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛି।



from Odisha Reporter http://bit.ly/2W87irk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages