
ନୂଆଦିଲ୍ଲୀ: ବିଏସ୍ପି ସୁପ୍ରିମୋ ମାୟାବତୀ ଆଜି ବିଜେପି ଉପରେ ଜୋରଦାର ହମ୍ଲା କରିଛନ୍ତି। ସେ କହିଛନ୍ତି ଯେ “ମୋଦି ସରକାରଙ୍କ ଜାହାଜ ଏବେ ବୁଡ଼ିବା ଆରମ୍ଭ କରିଛି। ଏକଥା ସମଗ୍ର ଦେଶବାସୀ ଜାଣି ସାରିଲେଣି।
ଏପରିକି ସଂଘ ପରିବାର ଭାବେ ପରିଚିତ ଆରଏସ୍ଏସ୍ ମଧ୍ୟ ମୋଦି ସରକାରଙ୍କ ହାତ ଛାଡ଼ିବା ଆରମ୍ଭ କରିଛି। ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ଏହି କାରଣରୁ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହି କାରଣରୁ ଆରଏସ୍ଏସ୍ କର୍ମୀମାନେ ମୋଦି ସରକାରଙ୍କ ପାଇଁ ପ୍ରଚାର କାମ କରୁନାହାନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ହୋଇଯାଇଛନ୍ତି।”
ବିଜେପି ଆରମ୍ଭ କରିଥିବା ‘ମୈ ଭି ଚୌକିଦାର’ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ମାୟାବତୀ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦେଶବାସୀ ଅନେକ ନେତାଙ୍କୁ ଦେଖିଲେଣି। କିଏ ନିଜକୁ ସେବକ କହୁଛି ତ ଆଉ କିଏ ଜନ ସେବକ, ଚାଏୱାଲା ଓ ପୁଣି ଚୌକିଦାର କହି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏବେ କିନ୍ତୁ ଦେଶରେ ଏମିତି ଜଣେ ପ୍ରଧାନମନ୍ତ୍ରୀ ହେବେ, ଯିଏ ସମ୍ବିଧାନକୁ ମାନି ଲୋକଙ୍କ ବିକାଶ ପାଇଁ କାମ କରିବେ। ନିର୍ବାଚନ ସମୟରେ ରୋଡ୍ ଶୋ’ ଏବଂ ମନ୍ଦିରରେ ପୂଜାର୍ଚ୍ଚନା ଏକ ଫ୍ୟାଶନରେ ପରିଣତ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ବିପୁଳ ଟଙ୍କା ବ୍ୟୟ ହେଉଛି। ନିର୍ବାଚନ କମିଶନ ଏହାକୁ ବିଚାରକୁ ନେବା ଦରକାର।”
from Odisha Reporter http://bit.ly/2vZpfc4
No comments:
Post a Comment