ବିଶକେକ୍‌ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି, ବ୍ୟବହାର କଲେନି ପାକିସ୍ତାନ ଆକାଶପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

ବିଶକେକ୍‌ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି, ବ୍ୟବହାର କଲେନି ପାକିସ୍ତାନ ଆକାଶପଥ

ନୂଆଦିଲ୍ଲୀ: ଏସସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିସ୍ତାନର ବିଶକେକ୍‌ ଗସ୍ତ କରିଛନ୍ତି। ଏସସିଓର ଆଜି ଏବଂ ଆସନ୍ତାକାଲିର ବୈଠକରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆନ୍‌ ଦେଶର ଆକାଶ ମାର୍ଗ ଦେଇ ଆଜି ବିଶକେକ୍‌ରେ ପହଞ୍ଚିବ। ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ବୈଠକ ହେବ।

ଏହି ବୈଠକରେ ଅନ୍ତର୍ଜାତୀୟ ସରୁକ୍ଷା, ଆର୍ଥିକ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଚାଇନା ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ଏବଂ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଏହି ସମ୍ମିଳନୀରେ ଭେଟିବେ ମୋଦି। 

ଏହି ଭେଟଘାଟ ବେଳେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହେବ ବୋଲି ଜଣାପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏହି ବୈଠକରେ ଯୋଗ ଦେବେ କିନ୍ତୁ ଭାରତ ସହ କୌଣସି ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମୁଖପାତ୍ର ରବିଶ କୁମାର ସୂଚନା ଦେଇଛନ୍ତି।

 

 



from Odisha Reporter http://bit.ly/2wRS7Ue

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages