ଆସୁଛି ‘ପ୍ରେମ ଏଟିଏମ୍‌’, ଲଭ୍‌ ଓ ରୋମାନ୍ସକୁ ନେଇ କାହାଣୀ ଗତିଶୀଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 18, 2019

ଆସୁଛି ‘ପ୍ରେମ ଏଟିଏମ୍‌’, ଲଭ୍‌ ଓ ରୋମାନ୍ସକୁ ନେଇ କାହାଣୀ ଗତିଶୀଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ଏଟିଏମ୍‌ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍‌ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍‌ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ । କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ।  ଏହା ଏକ କାହାଣୀ, ବାସ୍ତବ ନୁହେଁ। ଆଉ ଏପରି ଏକ କାହାଣୀକୁ ନେଇ  ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍‌ର ଫିଲ୍ମ ‘ପ୍ରେମ ଏଟିଏମ୍‌’। ପିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଲଭ୍‌ ଏବଂ ରୋମାନ୍ସକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି।

ଚଳଚ୍ଚିତ୍ରରେ ନାୟକ ନିଜକୁ ବଡ ଲୋକ ଘର ପୁଅ ବୋଲି ଦର୍ଶାଉଛି।  ଦିନେ ସେ ତା ଧନୀ ସାଙ୍ଗର ଗାଡି ମାଗି ହିରୋଇନ୍‌ଙ୍କୁ ଦେଖା କରିବା ପାଇଁ ଆସିଛି। କିନ୍ତୁ ଗାଡିଟି ବାରମ୍ବାର ରାସ୍ତାରେ ଅଟକି ଯାଉଛି। ସେ ସମୟରେ ହିରୋଇନ୍‌ ତାଙ୍କୁ ଅନ୍ୟ ଜିନିଷ ଧରି ଅପଦସ୍ତ ହେବା ଅପେ‍କ୍ଷା ନିଜ ପାଖରେ ଯେତିକି ଅଛି ସେଥିରେ ସନ୍ତୁଷ୍ଟ ହେବା କଥା କହିଛନ୍ତି। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେବାରେ ଲାଗିଛି।

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ପ୍ରଦୀପ ଏବଂ ଅଭିନେତ୍ରୀ ଦିବ୍ୟାବିଶା। ଏହି ଫିଲ୍ମକୁ ନବନୀତ ମିଶ୍ର ପ୍ରଡ୍ୟୁସ୍‌ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ।



from Odisha Reporter http://bit.ly/2MUsay8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages