ମୋଦିଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ: ରାହୁଲ ଓ ସୋନିଆ ଗାନ୍ଧି ଯଦି ଚୋର,ସଂସଦରେ ବସୁଛନ୍ତି କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 24, 2019

ମୋଦିଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ: ରାହୁଲ ଓ ସୋନିଆ ଗାନ୍ଧି ଯଦି ଚୋର,ସଂସଦରେ ବସୁଛନ୍ତି କେମିତି

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କିଛି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି,“ ମୋଦି କୋଇଲା ଦୁର୍ନୀତି ଓ ଟୁଜି ସ୍ପେକ୍ଟ୍ରମ ଆବଣ୍ଟନରେ କାହାକୁ ଦୋଷୀ ସାବ୍ୟସ୍ତ କରିପାରିଛନ୍ତି କି? ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ପାରିଛନ୍ତି କି? ରାହୁଲ ଓ ସୋନିଆଙ୍କୁ ମୋଦି ଚୋର ବୋଲି କହୁଥିବା ବେଳେ ସେମାନେ କିପରି ସଂସଦରେ ବସୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, “୨୦୧୪ ମସିହାର ଲୋକସଭା ନିର୍ବାଚନରେ ମୋଦି ଓ ବିଜେପି ନେତାମାନେ ବିଭିନ୍ନ ଦୁର୍ନୀତିରେ ଗାନ୍ଧି ପରିବାର ସଂପୃକ୍ତ ବୋଲି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଗାନ୍ଧି ପରିବାର ଉପରେ ପ୍ରବଳ ବର୍ଷିଥିଲେ।

କଂଗ୍ରେସ ଶାସନ ଅମଳରେ ଟୁଜି ସ୍ପେକ୍ଟ୍ରମ ଆବଣ୍ଟନରେ ହୋଇଥିବା ଦୁର୍ନୀତି ଲାଗି ମୋଦି ସିଧାସଳଖ କଂଗ୍ରେସକୁ ଦାୟୀ କରିଥିଲେ। ଏଥିରେ ଏତେ ଟଙ୍କାର ଦୁର୍ନୀତି ହୋଇଥିଲା ଯେ, ଏହି ଅଙ୍କ ଆଗରେ ଶୂନ ବସାଇଲେ , ତାହା ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧିଙ୍କ ବାସଭବନ ସମ୍ମୁଖ ପର୍ଯ୍ୟନ୍ତ ପହଞ୍ଚି ଯିବ ବୋଲି ମୋଦି କହିଥିଲେ। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। କିନ୍ତୁ ମୋଦି ତାଙ୍କ ୫ବର୍ଷ ଶାସନ କାଳରେ ଜଣେ ହେଲେ ବି ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିପାରିନାହାନ୍ତି।”



from Odisha Reporter http://bit.ly/2X5CGYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages