ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀଙ୍କ ଟ୍ୱିଟ୍ ଦେଖି ସମସ୍ତେ ହସିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 22, 2019

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀଙ୍କ ଟ୍ୱିଟ୍ ଦେଖି ସମସ୍ତେ ହସିଲେ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜଣେ ସହଯୋଗୀ ଶନିବାର ଦିନ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌କୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଇଥିଲେ। ସେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ ଓ ଏହା ତଳେ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବୋଲି ଲେଖିଥିଲେ। ଇମ୍ରାନ୍‌ଙ୍କ ସ୍ଥାନରେ ସଚିନଙ୍କ ଫଟୋ ଦେଖି ସମସ୍ତେ ହସିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ସହଯୋଗୀଙ୍କ ନାଁ ନଇମ ଉଲ୍ ହକ୍‌। ସେ ପ୍ରଧାନମନ୍ତ୍ରୀଙ୍କର ସ୍ପେଶାଲ ଆସିଷ୍ଟାଣ୍ଟ ଅଛନ୍ତି। ଟ୍ୱିଟ୍‌ର ପେଜ୍‌ରେ ଏହି ଭୁଲ୍ ପାଇଁ ସେ ଖୁବ୍ ନିନ୍ଦିତ ହୋଇଛନ୍ତି।

ତାଙ୍କୁ ଉପହାସ କରି ଜଣେ ବ୍ୟକ୍ତି ସାଂସଦ ଅସାଦୁଦ୍ଦିନ ଓୱେସିଙ୍କ ଫଟୋ ପୋଷ୍ଟ୍ କରି ପାକିସ୍ତାନ କ୍ରିକେଟର ସୟିଦ ଅନୱର ବୋଲି ଲେଖିଛନ୍ତି। ସେହିପରି ଆଉ ଜଣେ ବ୍ୟକ୍ତି ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ପାକିସ୍ତାନର ଦ୍ରୁତ୍ ବୋଲର ସୋଏବ ଅଖତର।

ଏ ଖବର ଲେଖାଯିବା ସୁଦ୍ଧା, ନଇମଙ୍କ ଟ୍ୱିଟ୍‌ର ଆକାଉଣ୍ଟରୁ ଉକ୍ତ ଟ୍ୱିଟ୍ ଡିଲିଟ୍ ହୋଇନଥିଲା। ଏହାକୁ ୧୮୦୦ରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି। ୧୩ ହଜାର ଲୋକ ତାଙ୍କ ଫଟୋକୁ ଲାଇକ୍ କରିଥିବା ବେଳେ ୩,୬୦୦ରୁ ଅଧିକ ପ୍ରତିକ୍ରିୟା ରଖିଛନ୍ତି।



from Odisha Reporter http://bit.ly/2KvWDk7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages