ଡୋର ସର୍ଭିସ ଭାବେ ଗ୍ରାହକଙ୍କୁ ବ୍ରାଉନସୁଗର ଯୋଗାଉଥିଲେ ସାଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 5, 2019

ଡୋର ସର୍ଭିସ ଭାବେ ଗ୍ରାହକଙ୍କୁ ବ୍ରାଉନସୁଗର ଯୋଗାଉଥିଲେ ସାଗର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜଧାନୀରେ ଏବେ ଅଭିନବ ଉପାୟରେ ଚାଲିଛି ଧଳା ଜହର ବ୍ୟବସାୟ। ପୁଲିସଠାରୁ ବଞ୍ଚିବା ଲାଗି ଏଥିରେ ସମ୍ପୃକ୍ତ ବ୍ୟବସାୟୀ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। ପୂର୍ବରୁ ଚାଲିଥିବା ବ୍ରାଉନସୁଗର ବେପାରରେ ଧରା ପଡ଼ିବାର ଭୟ ଅଧିକ ରହୁଥିବାରୁ ଏବେ ବେପାରୀମାନେ ଭିନ୍ନ ଫର୍ମୁଲା ଅନୁଯାୟୀ କାମ କରୁଛନ୍ତି। ଏବେ ଆବଶ୍ୟକ ମୁତାବକ ଗ୍ରାହକଙ୍କ ନିକଟରେ ଡୋର ସର୍ଭିସ ଭାବେ ପହଞ୍ଚାଇ ଦିଆଯାଉଛି ଧଳା ଜହର। ଗତକାଲି ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ୧୮ଗ୍ରାମ ବ୍ରାଉନସୁଗର ଜବତ ହେବା ପରେ ଏପରି ଘଟଣା ସାମ୍ନାକୁ ଆସିଛି।

ସାଗର ଭୋଇ ନାମକ ବ୍ୟକ୍ତିଠାରୁ ୧୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ସେ ଦେଇଛନ୍ତି। ଗ୍ରାହକଙ୍କ ଫୋନ୍ କଲ୍‌ ଆସିଲେ ଡୋର ସର୍ଭିସ ଭାବେ ବ୍ରାଉନସୁଗର ସେ ଯୋଗାଇ ଦେଉଥିବା ପୁଲିସ ସମ୍ମୁଖରେ କହିଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଲାଗି ପୁଲିସ ତାଙ୍କୁ ପଚରାଉଚରାରେ ଜାରି ରଖିଛି ।



from Odisha Reporter https://ift.tt/2YCFN6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages