ସାବଧାନ! ଏସବୁ ଅଭ୍ୟାସ ଥିଲେ ହୋଇପାରେ ମାଇଗ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 22, 2019

ସାବଧାନ! ଏସବୁ ଅଭ୍ୟାସ ଥିଲେ ହୋଇପାରେ ମାଇଗ୍ରେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଇଗ୍ରେନ୍‌ ହେଉଛି ଏକ ରୋଗ। ଓଡ଼ିଆରେ ଏହାକୁ ଅର୍ଦ୍ଧକପାଳି ବୋଲି କୁହାଯାଇଥାଏ। ଡାକ୍ତର ମିତାଲି କର ମାଇଗ୍ରେନ୍‌ ରୋଗର ଲକ୍ଷଣ, କାରଣ, ଚିକିତ୍ସା ଓ  ପ୍ରତିକାର ଚିକିତ୍ସା ବିଷୟରେ ଆଲୋଚନା କରିଛନ୍ତି।

ମାଇଗ୍ରେନ୍‌ର ଲକ୍ଷଣ:

– ମୁଣ୍ଡର ଗୋଟିଏ ଭାଗ ବିନ୍ଧିବା
– ମୁଣ୍ଡ ବିନ୍ଧା ହେବା ସହ ବାନ୍ତି ହେବା
– ଆଲୁଅକୁ ଚାହିଁ ନ ରହିପାରିବା

– ଅଧିକ ମୁଣ୍ଡ ବିନ୍ଧିବା ଯୋଗୁ କାମ ନ କରିପାରିବା
– ମୁଣ୍ଡ ବିନ୍ଧା ୪ରୁ ୭୨ ଘଣ୍ଟା ରହିଥାଏ।
– ଅଧିକ ଜୋର୍‌ରେ ଶବ୍ଦ ଶୁଣିଲେ ମୁଣ୍ଡ ବିନ୍ଧିବା। ଏହାକୁ ଫଟୋ ଫୋବିଆ ବା ଫନୋ ଫୋବିଆ କୁହାଯାଏ।
ଫନୋ ଫୋବିଆ ଯୋଗୁ ମାଇଗ୍ରେନ୍‌ ମୁଣ୍ଡ ବିନ୍ଧା ବଢ଼ିଥାଏ।
– ସେହିପରି ଅସ୍ମୋ ଫୋବିଆ ବା ଅତି ତୀବ୍ର ଗନ୍ଧ ଯୋଗୁ ମଧ୍ୟ ମାଇଗ୍ରେନ୍‌ ରୋଗୀଙ୍କୁ ବାନ୍ତି ଲାଗିଥାଏ।

ମାଇଗ୍ରେନ୍‌ର କାରଣ:
– ରାତି ଅନିଦ୍ରା ରହିବା
– ଅଧିକ ଚା କିମ୍ୱା କଫି ପିଇବା
– ଅଧିକ ଉପବାସ ରହିବା
– ବଂଶଗତ କାରଣ
– ଅଧିକ ଚିନ୍ତା କରିବା
– ମଦ୍ୟପାନ
– ଅଧିକ ଖରାରେ ବୁଲିବା
– ଲାଉଡ୍‌ ମ୍ୟୁଜିକ୍‌ ଶୁଣିବା

ମହିଳାଙ୍କ କ୍ଷେତ୍ରରେ ଅଧିକ ମାଇଗ୍ରେନ୍‌ ଦେଖାଯାଇଥାଏ
ମହିଳାଙ୍କ ଶରୀରରେ ଅଧିକ ହରମୋନ୍‌ ପରିବର୍ତ୍ତନ ହୋଇଥାଏ। ଏଥିପାଇଁ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ।

ମାଇଗ୍ରେନ୍‌ ଚିକିତ୍ସା ପଦ୍ଧତି
ସାଧାରଣତଃ ମାଇଗ୍ରେନ୍‌ ରୋଗୀ ଚିକିତ୍ସା ପାଇଁ ପେନ୍‌ କିଲର୍‌ ଖାଇଥା’ନ୍ତି। କିନ୍ତୁ ପେନ କିଲର୍‌ ଶରୀର ପାଇଁ ହାନିକାରକ ହୋଇଥାଏ। ସେଥିପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରି ମାଇଗ୍ରେନ୍‌ ପ୍ରୋଫାଇଲ୍‌ ଆକ୍ସେସ୍‌ ନାମରେ ଏକ ମେଡିକାଲ୍‌ ଟ୍ରିଟ୍‌ମେଣ୍ଟ ରହିଛି, ତାହାକୁ ଆପଣ ବ୍ୟବହାର କରିପାରିବେ। ସେହି ଟ୍ରିଟମେଣ୍ଟରେ ମିନିମମ୍‌ ସାଇଡ୍‌ ଇଫେକ୍ଟ ସହିତ ରୋଗୀଙ୍କ ପାଇଁ ମେଡିସିନ୍‌ ଉପଳବ୍ଧ ରହିଛି।
ଏହି ପ୍ରୋଫାଇଲ୍‌ ଆକ୍ସେସ୍‌ ଅନୁସାରେ ମେଡିସିନ୍‌ ଖାଇଲେ ମାଇଗ୍ରେନ୍ ଆଟାକ୍‌ କମିଥାଏ।

ମାଇଗ୍ରେନ୍‌ଠାରୁ କିପରି ଦୂରେଇ ରହିବେ ?
– ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ।
– ଠିକ୍‌ ସମୟରେ ଶୁଅନ୍ତୁ।
– ମନକୁ ସ୍ଥିର ରଖନ୍ତୁ, ବେଶି ଚିନ୍ତା କରନ୍ତୁ ନାହିଁ।
– ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ।
– ମସଲା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
– ଆଲ୍‌କୋହଲ୍‌ଠାରୁ ଦୂରେଇ ରୁହନ୍ତୁ।



from Odisha Reporter https://ift.tt/2y19H8Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages