ଆଜି ସୋନଭଦ୍ରା ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 20, 2019

ଆଜି ସୋନଭଦ୍ରା ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସୋନଭଦ୍ରା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସୋନଭଦ୍ରା ଜିଲ୍ଲାର ଉଭା ଗାଁକୁ ଯିବେ। ସୋନଭଦ୍ରା ଗୁଳିକାଣ୍ଡର ପୀଡିତଙ୍କୁ ଭେଟିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏହି ଗସ୍ତର ଉଦ୍ଦେଶ୍ୟ ରହିଛି। ଏହା ସହିତ ସୋନଭଦ୍ରା ଜିଲ୍ଲା ହସ୍ପିଟାଲରେ ଚକିତ୍ସିତ ହେଉଥିବା ପୀଡ଼ିତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ନନ୍ଦକୁମାର ସାଏ ମଧ୍ୟ ୫ ଜଣିଆ ଟିମ୍‌ ସହିତ ଆସନ୍ତାକାଲି ସୋନଭଦ୍ରା ଯାଇ ଗୁଳିକାଣ୍ଡ ଘଟଣାର ଯାଞ୍ଚ କରିବେ।

ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ହୋଇଥିବା ସଂଘର୍ଷରେ ୧୦ ଜଣ ଗୁଳିର ଶିକାର ହୋଇଥିଲେ। ଏବେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ଭାଡ୍ରା ପୀଡିତଙ୍କ ପରିବାରକୁ ମୀରଜାପୁରର ଏକ ଗେଷ୍ଟ ହାଉସରେ ଭେଟିଥିବା ବେଳେ ଟିଏମସି ସାଂସଦ ଓବ୍ରାଏନ ମଧ୍ୟ ସୋନଭଦ୍ରା ଯାଇ ନପାରି ବନାରସ ଏୟାରପୋର୍ଟରେ ଅଟକ ରହିଥିଲେ। ୧୪୪ ଧାରା ଜାରି ରହିଥିବାରୁ ଉଭୟ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଏବଂ ଟିଏମସି ସାଂସଦଙ୍କୁ ଅଟକାଇଥିଲା ସ୍ଥାନୀୟ ପୁଲିସ।



from Odisha Reporter https://ift.tt/2Ohtps6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages