ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଚନ୍ଦ୍ର ଗ୍ରହଣ। ରାତି ୧ଟା ୩୧ ମିନିଟ ୪୦ ସେକେଣ୍ଡରେ ଗ୍ରହଣ ଲାଗିବା ଆରମ୍ଭ ହେବ। ରାତି ୪ଟା ୩୧ ମିନିଟ ୪୧ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜ୍ୟୋତିର୍ବିଦ୍ କହିଛନ୍ତି।
ଚନ୍ଦ୍ର ଗ୍ରହଣର ୯ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟାରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ। ଦେବନୀତି ମଧ୍ୟ ଅପରାହ୍ଣ ୪ଟା ୩୦ରୁ ବନ୍ଦ ରହିବ। ତେବେ ଶିଶୁ, ରୋଗୀ ଓ ବୟୋଜ୍ୟେଷ୍ଠଙ୍କ ପାଇଁ ଏହି ସବୁ ନୀତି ଲାଗୁ ହେବ ନାହିଁ।
ବୃଷ, ମିଥୁନ, ଧନୁ, ମକର, ମୀନ ଓ ମେଷ ରାଶି ପାଇଁ ଏହି ଗ୍ରହଣ ଶୁଭଫଳ ଦେବ ବୋଲି ଆକଳନ କରିଛନ୍ତି ଜ୍ୟୋତିଷ।
from Odisha Reporter https://ift.tt/2JAHw76
No comments:
Post a Comment