୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

୪୯ ନମ୍ୱର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ସହର ଦେଇ ଯାଇଥିବା ମୁମ୍ୱାଇ-କୋଲକାତା ସଂଯୋଗକାରୀ ୪୯ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତିଦିନ ଏହି ରାଜପଥରେ ଛୋଟବଡ ଦୁର୍ଘଟଣା ଘଟିବା ସହ ବହୁ ଧନଜୀବନ ହାନୀ ଘଟୁଛି।

ଏହାର ପ୍ରତିବାଦ କରି ଦେବଗଡ ଜିଲା ବିଜେପି ପକ୍ଷରୁ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି। ଫଳରେ ମୁମ୍ବାଇ-କୋଲକାତା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମଟର ଅଟକି ରହିଛି।

ବର୍ଷା ହେଲେ ଏହି ଜାତୀୟ ରାଜପଥର ଅବସ୍ଥା ବେହେଲା ହୋଇପଡୁଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲମାନଙ୍କରେ ପାଣି ଜମି ରହିବାରୁ ଲୋକେ ଗାଡ଼ି ଚଲାଇବାକୁ ଭୟ କରୁଛନ୍ତି। ସେହିପରି ଶୁଖିଲା ପାଗ ହେଲେ ଜାତୀୟ ରାଜପଥରୁ ଏତେ ପରିମାଣର ଧୂଳି ଉଡୁଛି ଯେ ଦିନବେଳା ମଧ୍ୟ କୁହୁଡିର ଭ୍ରମ ସୃଷ୍ଟି ହେଉଛି। ଏହାଦ୍ୱାରା ମଧ୍ୟ ଏକାଧିକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଧୂଳି ଉଡିବା ଯୋଗୁ ରାସ୍ତା କଡରେ ଥିବା ଘର ଦ୍ୱାର ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ଏ ସମ୍ପର୍କରେ ଜିଲ୍ଲାବାସୀ ବାରମ୍ୱାର ଜିଲା ପ୍ରଶାସନ ନିକଟରେ ଦାବି କରିବା ସହ ଏନ‌ଏଚ‌ଏ.ଆଇ.କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସେମାନେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏଥିରେ ଅତିଷ୍ଠ ହୋଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି।

ଜାତୀୟ ରାଜପଥର ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ନ ହେଲେ ପୁଣିଥରେ ଆନ୍ଦୋଳନ ହେବ ବୋଲି ବିଜେପି ବିଧାୟକ ଚେତାବନୀ ଦେଇଛନ୍ତି।



from Odisha Reporter https://ift.tt/2Uj84O3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages