ପାକିସ୍ତାନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କାର୍ଯ୍ୟାନୁଷ୍ଠାନ ପାଇଁ ଇମ୍ରାନଙ୍କୁ କହିଲେ ଅମରିନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ପାକିସ୍ତାନରେ ଶିଖ ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କାର୍ଯ୍ୟାନୁଷ୍ଠାନ ପାଇଁ ଇମ୍ରାନଙ୍କୁ କହିଲେ ଅମରିନ୍ଦର

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଅଳ୍ପସଂଖ୍ୟକ ଅସୁରକ୍ଷିତ। ବିନା କୌଣସି ପ୍ରମାଣରେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୋଧରେ ଏଭଳି ଅଭିଯୋଗ ଆଣି ଡେଙ୍ଗୁରା ପିଟୁଥିଲା ପାକିସ୍ତାନ। ଏବେ ନିଜ ଦେଶରେ ନନକାନାର ଜଣେ ଶିଖ ଝିଅକୁ ଅପହରଣ କରି ତାଙ୍କର ଧର୍ମ ପରିବର୍ତ୍ତନ ଜୋର ଜବରଦସ୍ତ କରାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଧର୍ମ ପରିବର୍ତ୍ତନ କରାଇଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଛନ୍ତି ଅମରିନ୍ଦର। ଏଥିସହ ଦେଶର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ମଧ୍ୟ କ୍ୟାପଟେନ୍ ଅପିଲ କରି ପାକିସ୍ତାନରେ ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ନନକାନା ସାହିବରେ ଜଣେ ଶିଖ ଯୁବତୀଙ୍କୁ ଅପହରଣ କରି ନେଇ ଅପରାଧୀ ମାନେ ତାଙ୍କୁ ମୁସଲିମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ଏହାପରେ ଜୋର ଜବରଦସ୍ତି କରି ଜଣେ ମୁସିଲମ୍ ଯୁବକଙ୍କ ସହ ତାଙ୍କର ବିବାହ କରାଇଥିଲେ। ଏହି ଘଟଣା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଧର୍ମାନ୍ତରର ଶିକାର ହୋଇଥିବା ଯୁବତୀଙ୍କ ନାମ ଜଗଜୀତ କୌର ବୋଲି ଜଣାପଡ଼ିଛି। ସେ ମୁସଲିମ୍ ଯୁବକଙ୍କ ସହ କୌଣସି ଜୋରଜବରଦସ୍ତି ବିବାହ କରୁନାହାନ୍ତି ବୋଲି ତାଙ୍କୁ କହିବାକୁ କୁହାଯାଉଛି। ଜଗଜୀତ ଅପହରଣ ହେବା ପରେ ଥାନାରେ ଏତଲା ଦିଆଯାଇଛି ହେଲେ ଧର୍ମାନ୍ତୀକରଣ ବାବଦରେ କୌଣସି ଅଭିଯୋଗ କରାଯାଇନଥିବା ଜଣାପଡ଼ିଛି।



from Odisha Reporter https://ift.tt/32cyK5U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages