ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ କାମରେ ସରକାରୀ ଅଫିସ୍ ଗଲେ କାମ ହେଉନି। ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ବି ନିରାଶ ହେବାକୁ ପଡ଼ୁଛି। ମେଡ଼ିକାଲ, ଥାନା କଥା ତ ନ କହିଲେ ଭଲ। ହେଲେ ଏପରି ସ୍ଥିତିରେ ଖୁବ୍ ଶୀଘ୍ର ଆସିବ ପରିବର୍ତ୍ତନ। ଆଗକୁ ଆପଣଙ୍କ ପାଖକୁ ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ୍। ଆପଣ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ବିଷୟରେ ପଚାରି ବୁଝିବେ ସେ। ଆଉ ଏହାର ସମାଧାନ ଲାଗି ନେବା ତ୍ୱରିତ ପଦକ୍ଷେପ।
ଏକଥା କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5Tକୁ ଭିତ୍ତି କରି ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାରେ ଏହା ଥାନା, ଜିଲ୍ଲା ମୁଖ୍ୟାଳୟ ଓ ହସ୍ପିଟାଲରେ ଲାଗୁ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ମୁଁ ଆପଣଙ୍କୁ ଫୋନ୍ କରି ଆପଣଙ୍କ ସମସ୍ୟା ପଚାରି ବୁଝିବି।
ମେଡିକାଲରେ ଆପଣ କିପରି ଚିକିତ୍ସା ସୁବିଧା ପାଇଲେ ତାହା ବୁଝିବି। ଥାନାରେ ଆପଣଙ୍କ ଅଭିଯୋଗକୁ କିପରି ଗୁରୁତ୍ୱ ଦିଆଗଲା ତାହାର ମଧ୍ୟ ତଦାରଖ କରିବି। ।
ବିଦ୍ୟୁତ୍ ସେବାରୁ ବଞ୍ଚିତ ଲୋକେ ନିରାଶ ନ ହୋଇ ଏଣିକି ସମସ୍ୟା ସମାଧାନ ଲାଗି ପଞ୍ଚାୟତ ଅଫିସରେ ଆବେଦନ କରିପାରିବେ। ଆବେଦନର ୪୮ ଘଣ୍ଟା ଭିତରେ ସେମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରୁ ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ନବୀନ।
from Odisha Reporter https://ift.tt/2TD5rq3
No comments:
Post a Comment