ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡାକବାଜି ଯନ୍ତ୍ର ଯୋଗେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦିଆଯାଇଛି। ଏହି ସମୟରେ କେହି ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନଦୀ ଆଖପାଖକୁ ନ ଛାଡିବାକୁ ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଉଛି।
ଆଜି ଦିନ ୧୧ଟା ପରେ ଯେ କୌଣସି ସମୟରେ ଗେଟ୍ ଖୋଲା ଆରମ୍ଭ ହେବ। ଅନ୍ୟ ବର୍ଷ ପରି ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାଷନ କରାଯିବ। ପରେ ଅନ୍ୟ ଗେଟ୍ ଖୋଲାଯିବ।
ତେବେ ଚଳିତ ବନ୍ୟାରେ କେତୋଟି ଗେଟ୍ ଖୋଲାଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଡ୍ୟାମ କର୍ତ୍ତୃପକ୍ଷ ଏନେଇ ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି । ପରେ ବନ୍ୟାର ସ୍ଥିତିକୁ ଦେଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
from Odisha Reporter https://ift.tt/2Tvhupx
No comments:
Post a Comment