ଶରଦଙ୍କ ରାସ୍ତାରେ ଅଜିତ୍, ୪୧ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶରଦ ଭାଙ୍ଗିଥିଲେ ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 22, 2019

ଶରଦଙ୍କ ରାସ୍ତାରେ ଅଜିତ୍, ୪୧ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଶରଦ ଭାଙ୍ଗିଥିଲେ ଦଳ

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ଫଳାଫଳ ବାହାରିବା ପରେ ରାଜନୀତି ନୂଆ ମୋଡ଼ ନେଇଥିଲା। କାରଣ ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର ପ୍ରମୁଖ ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ ଦେଇ ଫଡ଼ନାଭିସ ସରକାରରେ ସାମିଲ୍ ହୋଇଛନ୍ତି। ଏହି ସରକାରକୁ ଏନସିପି ସମର୍ଥନ କରୁନାହିଁ ବୋଲି ଦଳର ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି। ଏହା ଅଜିତଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ସେହିପରି ଶରଦଙ୍କ ଝିଅ ସୁପ୍ରିୟା ସୁଲେ କହିଛନ୍ତି, ଜୀବନରେ କାହାକୁ ଭରସା କରିବା, ଏଭଳି ଧୋକ୍କା କେବେ ମିଳି ନଥିଲା। ଅଜିତଙ୍କ ଏଭଳି ନିଷ୍ପତ୍ତି ଶରଦଙ୍କ ପରିବାରକୁ ଧୋକ୍କା ଦେଇଛି। ହେଲେ ରାଜନୀତିର ଇତିହାସକୁ ଯଦି ଲେଉଟିବା ତାହେଲେ ଶରଦ ପାଓ୍ୱାର ମଧ୍ୟ ୪୧ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଇ ଦଳ ଭାଙ୍ଗିଥିଲେ। ଆଉ ଏବେ ପୁତୁରା ଅଜିତ ପାଓ୍ୱାର ଦାଦା ଶରଦଙ୍କ ରଣନୀତିକୁ ଦୋହରାଇଛନ୍ତି।

୧୯୭୭ରେ ଲୋକସଭା ନିର୍ବାଚନ ହୋଇଥିଲା। ନିର୍ବାଚନରେ ଇନ୍ଦିରା ଗାନ୍ଧି ସରକାରର ପତନ ହୋଇଥିଲା। ଦେଶରେ ଜନତା ପାର୍ଟି ସରକାର ଗଢ଼ିଥିଲା। ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ଅନେକ ଲୋକସଭା ସିଟରେ ହାରିଥିଲା। ଏହାପରେ ଦଳ ଅନେକ ଆସନରୁ ହାରିଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଶଙ୍କର ରାଓ ଚୌହ୍ୱାନ ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ ନେତା ବସନ୍ତଦାଦା ପାଟିଲ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପରେ କଂଗ୍ରେସ ଦଳ ଦୁଇ ଭାଗ ହୋଇ କଂଗ୍ରେସ (ୟୁ) ତଥା କଂଗ୍ରେସ (ଆଇ)ରେ ପରିଣତ ହୋଇଥିଲା।

ଶରଦ ପାଓ୍ୱାର ଏବଂ ତାଙ୍କ ରାଜନୀତିକ ଗୁରୁ ଯଶବନ୍ତ ରାଓ ପାଟିଲ୍ କଂଗ୍ରେସ (ୟୁ)ରେ ସାମିଲ୍ ହୋଇଥିଲେ। ୧୯୭୮ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେଲା। କଂଗ୍ରେସରୁ ଦୁଇ ଗୋଷ୍ଠୀ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ଏହାପରେ ଜନତା ସରକାରକୁ କ୍ଷମତାରୁ ଦୂରେଇ ରଖିବାକୁ ଯାଇ କଂଗ୍ରେସ (ୟୁ) ଓ କଂଗ୍ରେସ (ଆଇ) ସରକାର ଗଠନ କରିଥିଲେ। ବସନ୍ତଦାଦା ପାଟିଲ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ସରକାରରେ ଶରଦ ପାଓ୍ୱାର ଉଦ୍ୟୋଗ ଓ ଶ୍ରମ ମନ୍ତ୍ରୀ ହୋଇଥିଲେ।

ଏହାପରେ ୧୯୭୮ରେ ଶରଦ ପାଓ୍ୱାର ମଧ୍ୟ ତାଙ୍କ ରାଜନୀତିକ ଗୁରୁ ଯଶଓ୍ୱନ୍ତ ରାଓ ପାଟିଲଙ୍କ ପାଖରୁ ମଧ୍ୟ ଦୂରେଇ ଯାଇଥିଲେ। ଏମିତିକି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଜନତା ଦଳ ସହ ମିଶି ଶରଦ ପାଓ୍ୱାର ମେଣ୍ଟ ସରକାର ଗଠନ କରିଥିଲେ। ଆଉ ୩୮ ବର୍ଷ ବୟସରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ଶରଦଙ୍କ ରାଜନୀତିକ ଗୁରୁ ଯଶଓ୍ୱନ୍ତ ମଧ୍ୟ ଶରଦଙ୍କ ମେଣ୍ଟ ସରକାରରେ ସାମିଲ୍ ହୋଇଥିଲେ। ହେଲେ ୧୯୮୦ରେ ଇନ୍ଦିରା ଗାନ୍ଧି ସରକାର ଦ୍ୱିତୀୟ ଥର ପାଇଁ ଆସିଥିଲା। ଫଳରେ ଶରଦଙ୍କ ନେତୃତ୍ୱରେ ଗଠନ ହୋଇଥିବା ପ୍ରଗ୍ରୋସିବ ଡେମୋକ୍ରାଟିକ ଫ୍ରଣ୍ଚ ସରକାରର ପତନ ହୋଇଥିଲା।

ଏବେ ଯଦି ବର୍ତ୍ତମାନର ରାଜନୀତିକୁ ଦେଖିବା ତାହେଲେ ଅଜିତ ପାଓ୍ୱାର ମଧ୍ୟ ଦାଦା ଶରଦ ପାଓ୍ୱାରଙ୍କ ନେତୃତ୍ୱରେ ଗଠିତ ଏନସିପିକୁ ଭାଙ୍ଗି ବିଜେପି ସହ ସାମିଲ୍ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୫୪ ବିଧାୟକଙ୍କ ମଧ୍ୟରୁ ଅଜିତଙ୍କ ପାଖରେ ୩୪ ବିଧାୟକଙ୍କ ସମର୍ଥନ ରହିଛି। ରାଜନୀତିକ ପଣ୍ଡିତମାନେ କହିଛନ୍ତି, ‘କ୍ଷମତାରେ ରହିବାକୁ ଯାଇ ଶରଦ ପାଓ୍ୱାର ପରଦା ପଛରେ ପୁତୁରା ଅଜିତଙ୍କୁ କହି ଏଭଳି ସରକାର ଗଢ଼ିଛନ୍ତି। ହେଲେ ଗଣମାଧ୍ୟମ ସାମ୍ନାରେ ନିଜକୁ ‘ବିଶ୍ୱାସଘାତକ ରାଜନୀତି’ରୁ ବର୍ତ୍ତିବା ପାଇଁ ଶରଦ ପାଓ୍ୱାର ବିଜେପି ସରକାରକୁ ଏନସିପି ସମର୍ଥନ କରୁନାହିଁ ବୋଲି କହୁଛନ୍ତି’।

ରାଜନୀତିକ ପଣ୍ଡିତଙ୍କ ମତ ଅନୁଯାୟୀ, ଏବେ ଶରଦ ପାଓ୍ୱାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ନିଜ ଗୁରୁ ଭଳି ପୁତୁରା ଅଜିତଙ୍କ ନିଷ୍ପତ୍ତିକୁ ସମର୍ଥନ କରିପାରିବେ। ଯଦି ଏମିତି କରିବେ ତାହେଲେ ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ କେନ୍ଦ୍ରେର ମନ୍ତ୍ରୀ ହୋଇପାରନ୍ତି। ଆରପିଆଇ ନେତା ରାମଦାସ ଅଠାଓ୍ୱଲେ ମଧ୍ୟ ଏହି ପ୍ରସ୍ତାବ ଶରଦଙ୍କୁ ଦେଇଥିବା ସୂଚନା ରହିଛି।

ଅନ୍ୟପଟେ ନିଜ ଦଳର ବିଧାୟକଙ୍କୁ ବୁଝାଇ ଏକ କରିବାକୁ ଚେଷ୍ଟା କରିପାରିବେ ଶରଦ। ଫଳରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିବନି ବିଜେପି। ଫଳରେ ପୁତୁରା ଅଜିତ ପାଓ୍ୱାର ଏକ ଘରିକିଆ ହୋଇଯିବେ।



from Odisha Reporter https://ift.tt/2Oz5TDE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages