ଆଜିଠୁ ଗଞ୍ଜାମରେ ଗଡ଼ିବନି ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 26, 2019

ଆଜିଠୁ ଗଞ୍ଜାମରେ ଗଡ଼ିବନି ବସ୍‌

ବ୍ରହ୍ମପୁର(ଜଗନ୍ନା ସାହୁ): ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲରୁ ବସ୍ ଚଳାଚଳକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ବସ୍ ମାଲିକ ସଂଘ। ଏହା ପ୍ରତିବାଦରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗଞ୍ଜାମ ଜିଲାରେ ବସ୍ ଚଳାଚଳ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି। ତାସହ ପ୍ରଶାସନର ନିଷ୍ପତି ଏକପାଖିଆ ଏବଂ ଏନେଇ ବସ୍‌ ମାଲିକଙ୍କ ସହ ଆଲୋଚନା ହୋଇ ନ ଥିବା ଅଭିଯୋଗ ଆଣିଛି ସଂଘ।

ହଳଦିଆପଦରରୁ ବସ୍ ଚଳାଇଲେ ସମୟ ସମସ୍ୟା ସହ ବହୁ ଆର୍ଥିକ କ୍ଷତି ହେବ । ଏଭଳି ସମସ୍ୟା ନେଇ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଯୋଗେ ଜଣାଇ ଦିଆଯାଇଛି ବୋଲି ପ୍ରେସମିଟ କରି ସୂଚନା ଦେଇଛି ଘରୋଇ ବସ୍‌ ମାଲିକ ସଂଘ।  ଗତକାଲି ମଧ୍ୟ ବ୍ରହ୍ମପୁରରୁ ଅନ୍ୟ ସ୍ଥାନକୁ ବସ୍  ସେବା ବନ୍ଦ ରଖାଯାଇଥିଲା । ଏପଟେ ଉନ୍ନୟନମୂଳକ କାର୍ଯ୍ୟ ନାଁରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡର ଉଭୟ ପାର୍ଶ୍ୱକୁ ଖୋଳା ଯାଇଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।



from Odisha Reporter https://ift.tt/37GlnhM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages