ସୁପ୍ରିମକୋର୍ଟଙ୍କ ରାୟ ନେଇ ସନ୍ତୁଷ୍ଟ ନୁହନ୍ତି ମୁସଲିମ ପକ୍ଷ, କିନ୍ତୁ ସମ୍ମାନ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 8, 2019

ସୁପ୍ରିମକୋର୍ଟଙ୍କ ରାୟ ନେଇ ସନ୍ତୁଷ୍ଟ ନୁହନ୍ତି ମୁସଲିମ ପକ୍ଷ, କିନ୍ତୁ ସମ୍ମାନ ଦେବେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟ ରାୟକୁ ସମ୍ମାନ କରିଥିଲେ ବି ଏନେଇ ସନ୍ତୁଷ୍ଟ ନୁହେଁ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍। ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ କହିଛନ୍ତି, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ, ହେଲେ ରାୟକୁ ନେଇ ସନ୍ତୁଷ୍ଟ ନୋହୁଁ। ଏବେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରିବେ ଏବଂ ଆଗାମୀ ପଦକ୍ଷେପ ନେବ ବୋଲି ଜଫରୟାବ ଜିଲାନୀ କହିଛନ୍ତି।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ରାମ ମନ୍ଦିର ସେହି ସ୍ଥାନରେ ହିଁ ହେବ। ଏହା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ସୁନ୍ନି ଓ୍ୱାକଫ ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ କହିଛନ୍ତି। ଏହାସହିତ ମନ୍ଦିର ନିର୍ମାଣ ପାଇଁ ମଧ୍ୟ ଟ୍ରଷ୍ଟ ତିଆରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉ 3 ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିବାଦୀୟ ଜମି ନିଜର ବୋଲି ମୁସଲିମ ପକ୍ଷ ପ୍ରମାଣ କରିବାରେ ବିଫଳ ହେବା ପରେ ସୁପ୍ରିମକୋର୍ଟ ଅନ୍ୟ ଏକ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ଜମି ଯୋଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter https://ift.tt/2K4LdlA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages