ଜମ୍ମୁ-କଶ୍ମୀରରେ ପଥର ପିଙ୍ଗିବାକୁ ଡରିଲେଣି ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 19, 2019

ଜମ୍ମୁ-କଶ୍ମୀରରେ ପଥର ପିଙ୍ଗିବାକୁ ଡରିଲେଣି ଦୁର୍ବୃତ୍ତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଉପତ୍ୟକାରେ ପଥର ପିଙ୍ଗିବାକୁ ଡରୁଛନ୍ତି ଦୁର୍ବୃତ୍ତ। ପଥର ଫିଙ୍ଗି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଯୁବକମାନଙ୍କ ଉପରେ ସୁରକ୍ଷାକର୍ମୀ ଲଗାମ ଲଗାଇବାରେ ସଫଳ ହୋଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ।

ସେବେଠାରୁ ନଭେମ୍ବର ୧୫ ମଧ୍ୟରେ ମାତ୍ର ୧୯୦ଟି ଛୋଟ ବଡ଼ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ପଥର ପିଙ୍ଗା ଘଟଣା ଓ ଆଇନଶୃଙ୍ଖଳା ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରୁଥିବା ୭୬୫ ଜଣ ଅସାମାଜିକ ଯୁବକଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରିବାରେ ସଫଳ ହୋଇଛି। ଜାନୁଆରୀ ୧ରୁ ଅଗଷ୍ଟ ୪ ମଧ୍ୟରେ ଜମ୍ମୁ-କଶ୍ମୀରରେ ୩୬୧ଟି ପଥର ଫିଙ୍ଗା ଘଟଣା ଘଟିଥିଲା। ତେଣୁ ଅଗଷ୍ଟ ୫ ପରେ ଏହା ହ୍ରାସ ପାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କ୍ରିଷ୍ଣା ରେଡ୍ଡୀ ଲୋକସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, ଗତ ୬ ମାସ ମଧ୍ୟରେ ଜମ୍ମୁ-କଶ୍ମୀରକୁ ପ୍ରାୟ ୩୪ ଲକ୍ଷ ପର୍ଯ୍ୟଟକ ଭ୍ରମଣରେ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨, ୯୩୪ ଜଣ ହେଉଛନ୍ତି ବିଦେଶୀ ପର୍ଯ୍ୟଟକ। ଏହି ସମୟ ସୀମା ମଧ୍ୟରେ ପ୍ରାୟ ୨୫ କୋଟି ଟଙ୍କାର ଆୟ ହୋଇଛି। ଅଗଷ୍ଟ ୫ ପରେ କିଛି ଦିନ ପାଇଁ ସ୍କୁଲ ଗୁଡ଼ିକରେ ଉପସ୍ଥାପନା ବହୁତ କମ ରହିଥିଲା। ହେଲେ ଏବେ ଉପସ୍ଥାପନ ସଂଖ୍ୟା ୯୯.୭% ରହିଛି।

ପିଲାମାନେ ସ୍କୁଲ ଆସି ବେଶ ଖୁସିରେ ପରୀକ୍ଷା ମଧ୍ୟ ଦେଉଛନ୍ତି। ସେହିପରି ସୁରକ୍ଷାକର୍ମୀମାନେ ଯଥା ସମ୍ଭବ ପେଲେଟ ଗନ୍‌ର ବ୍ୟବହାର କମ କରିବାକୁ ଚେଷ୍ଟା କରୁଛନ୍ତି। ଭୟଙ୍କର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଯାଇ ପେଲେଟ ଗନ୍‌ର ବ୍ୟବହାର କରାଯାଉଥିବା ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/33ZTEGG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages